Get Updates
Get notified of breaking news, exclusive insights, and must-see stories!

ଜାତୀୟ ରାଜପଥ 55 ରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଚକା ତଳେ ଚାଲିଗଲା ତିନି ଜୀବନ

ଅନୁଗୁଳ: ଜାତୀୟ ରାଜପଥ 55 ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ତିନି ଜଣ ପ୍ରାଣ ହରାଇଛନ୍ତି । ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ନିକଟରେ ଘଟିଛି ଏହି ଦୁର୍ଘଟଣା ।

accident

ମିଳିଥିବା ସୂଚନା ଅନୁସାରେ, ତିନି ଜଣ ଯୁବକ ଏକ ମୋଟର ସାଇକେଲରେ ଅନୁଗୁଳ ଆଡକୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଟ୍ରକ ପଛରୁ ଧକ୍କା ଦେଇଥିଲା । 3 ଜଣଙ୍କୁ ଟ୍ରକ କିଛି ବାଟ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା ।

ମୃତକ ତିନି ଜଣ ହେଲେ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ କୃପା ପ୍ରଧାନ । ଏମାନଙ୍କ ମଧ୍ୟରେ ଦୁଇଜଣ ମାଛ ବେପାରୀ ଓ ଜଣେ କଲେଜ ଛାତ୍ର ଅଛନ୍ତି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ସଦର ଥାନା ପୁଲିସ ସେଠାରେ ପହଞ୍ଚିଛି । ରାସ୍ତାରେ ଶହ ଶହ ଗାଡ଼ି ମଟର ଅଟକି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+