Get Updates
Get notified of breaking news, exclusive insights, and must-see stories!

ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ବାର ମୁହାଁ ୩ ରଥ

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ଆସିବେ ତିନି ରଥ। ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାରୁ ପଟି ଦିଅଁଙ୍କ ଠାରୁ ବିଜେ ହୋଇଥିଲା ଆଜ୍ଞାମାଳ। ୩ ରଥର ପୂଜାପଣ୍ଡା ସାମନ୍ତ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଛନ୍ତି। ଏହା ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଛନ୍ତି ପୋଲିସ ଅଧିକାରୀ ଓ ବହୁ ଶ୍ରଦ୍ଧାଳୁ। ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ସାରିଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ଅଭିମୁଖେ ଅଣାଯାଉଛି।

ratha yatra

ସିଂହଦ୍ୱାରରେ ବିଜେ କରିବା ପରେ ୩ ରଥରେ ବସି ଗୁଣ୍ଡିଚା ଘରକୁ ଯିବେ ଶ୍ରୀଜିଉ। ତେଣୁ ଏଥିପାଇଁ ସେବାୟତଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ନିଆଯାଇଥାଏ। ତେବେ ବର୍ତ୍ତମାନ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳୁଛି ତେଣୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+