ଦୁଇ ଦିନର ଯାତ୍ରା ଶେଷ କରି ଆଜି ଶରଧାବାଲି ବହଞ୍ଚିଲେ ଚତୁର୍ଦ୍ଧାମୂର୍ତ୍ତି
ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପତୀକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ ।

ଅବଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ପୂର୍ବରୁ ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଥିଲେ ବଡବାଡସାମନ୍ତ ବଡ଼ଠାକୁର ଶ୍ରୀବଳଦେବ ଗୋସାଇଁ ଓ ହଳଦୀମୁଖୀ ମା' ସୁଭଦ୍ରା।
ବଳଭଦ୍ରଙ୍କ ତାଳଧ୍ବଜ ପରେ ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସି ପହଞ୍ଚିଥିଲା ମା' ସୁଭଦ୍ରାଙ୍କ ଦର୍ପଦଳନ ରଥ। ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିିର ଅଭିମୁଖେ ଆସିଥିଲେ ବ୍ରହ୍ମାଣ୍ଡଗୋସାଇଁ କାଳିଆ ଠାକୁର। ଘଣ୍ଟଘଣ୍ଟା ନାଦ ସାଙ୍ଗକୁ ହରିବୋଲ ଧ୍ବନିରେ ପ୍ରକମ୍ପିତ ଉଠିଥିଲା ବଡ଼ଦାଣ୍ଡ। କୌଣସି ଅଘଟଣ ଘଟିନାହିଁ ଏଥର ରଥଯାତ୍ରାରେ।
ବଡ଼ଦାଣ୍ଡ ସତେ ଆଜି ଜନ ସମୁଦ୍ରରେ ପରିଣତ ହୋଇଛି। ସମସ୍ତେ ରଥ ଦୁଇକୁ ଟାଣି ନେବା କ୍ରମରେ ସ୍ୱୟଂଙ୍କୁ ପାଶୋରି ଯାଇଛନ୍ତି। ଘୋର ଘର୍ଘର ନାଦରେ ଗଡ଼ିଚାଲିଥିଲା ରଥ। ଆଜି ପୁଣି ଏକ ହୋଇଥିଲେ ରଥ, ପଥ, ଜଗନ୍ନାଥ।












Click it and Unblock the Notifications