ସଂସଦରେ ଏବେ ଶୋଭା ପାଇବ ତିନି ରଥର ଚକ, ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି
ସଂସଦରେ ଶୋଭା ପାଇବ ରଥଚକ। ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥର ଚକ ସଂସଦରେ ଶୋଭାମଣ୍ଡନ କରିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଏନେଇ ରହିଥିବା ସରକାରୀ ପ୍ରକ୍ରିୟା ଶେଷ ହେବା ପରେ ରଥଚକ ଯିବା ବ୍ୟବସ୍ଥା ହେବ। ଏହା ଅତ୍ୟନ୍ତ ସୌଭାଗ୍ୟର କଥା ବୋଲି କହିଛନ୍ତି ଅରବିନ୍ଦ ପାଢୀ। ଗତକାଲି ପୁରୀ ଗସ୍ତ କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନେକ ମନ୍ତ୍ରୀ ଓ ସାଂସଦ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।












Click it and Unblock the Notifications