ମିଳିଲା ହାତୀର ମୃତ ଦେହ, ଗିରଫ ହେଲେ ୩ ଭାଇ
ମୟୁରଭଞ୍ଜ: ଦୁଇଦିନ ତଳେ ବାରିପଦା ବନଖଣ୍ଡ ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆଁ ଗାଁରୁ ଏକ ହାତୀର ମୃତଦେହ ମିଳିଥିଲା । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ବନବିଭାଗ ସୋମବାର ହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି ।
ଟଣାରେ ଆଜି ତିନି ଭାଇଙ୍କୁ ଗିରଫ କରିଛି ବନ ବିଭାଗ । ସେମାନେ ହେଲେ ନାକିଚୁଆ ଗାଁର ହିରୁ ହାଁସଦା, ସଂଗରାୟ ହାଁସଦା ଓ ତଫାନ ହାଁସଦା । ହାତୀ ଘର ଉପରେ ଆକ୍ରମଣ କରିବ ବୋଲି ଆଶଙ୍କା କରି ଏହି ତିନି ଭାଇ ରାତିରେ ସେମାନଙ୍କ ଘର ଚାରିପଟେ ଲୁହା ତାର ଟାଣିବା ସହିତ ସେଥିରେ ବିଦୁତ୍ ସଂଯୋଗ କରିଥିଲେ ।

ସେହି ବିଦୁତ୍ ସଂଯୁକ୍ତ ଲୁହା ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତ୍ୟୁ ଘଟିଥିଲା ବୋଲି ବନ ବିଭାଗ କହିଛି । ଆଉ ତଦନ୍ତ ପରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications