ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା:ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

ଭୁବନେଶ୍ୱର : ରାଜଧାନୀର ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ବୁଧବାର ହତ୍ୟା କରାଯାଇଛି। ଉକ୍ତ ଘଟଣାରେ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍କାଡ୍‌ ନୟାଗଡ଼ ଜିଲା ଶରଣକୂଳରୁ ମହିଳାଙ୍କ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ନିବାସୀ। ଏମାନେ ପୂର୍ବରୁ ଜେଲ୍‌ ଯାଇଥିଲେ। ଏହି ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି।ବ୍ରାଉନ୍‌ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ କଥା ହେଲା ଯେ, ଘଟଣା ଘଟିବାର ୧୦ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ପୁଲିସ ସଫଳତା ହାସଲ କରିଛି।

ସହେଦେବ ନାୟକ ହତ୍ୟା ଘଟଣାରେ ସଂପୃକ୍ତ ଲିପିକା ବ୍ରାଉନସୁଗାର କାରବାର ମାମଲାରେ ଜେଲ୍‌ ଯାଇଥିଲେ।‌ ସେ ଗତ ୫ ତାରିଖରେ ଜେଲରୁ ମୁକୁଳିଥିଲେ। ନୂଆବର୍ଷରେ ଜେଲ୍‌ର ଚାରିକାନ୍ଥ ଭିତରେ ଥିବାରୁ ସେ ରକ୍ତ ଚାଉଳ ଚୋବାଉ ଥିଲେ। ପ୍ରତିଶୋଧ ନେବା ପାଇଁ ଶୋଇପାରୁ ନଥିଲେ। ତେଣୁ ରାସ୍ତାରୁ ହଟାଇବାକୁ ସ୍ୱାମୀଙ୍କ ସହିତ ମିଶି ବଡ଼ ଷଡ଼ଯନ୍ତ୍ର ବି କରିଥିଲେ।ହତ୍ୟାକାଣ୍ଡ ପରେ କ୍ରାଇମସିନରୁ ଖଣ୍ଡା ଗୋଟାଉ ଥିବା ବେଳେ ଭିଡ଼ିଓ ଭାଇରଲ ହେଇଥିଲାI ହତ୍ୟା ପରେ ସ୍ୱାମୀ ସହ ଫେରାର ହେଲା ବେଳର ଭିଡ଼ିଓ ସାମ୍ନାକୁ ଆସିଥିଲାI

hree Arrested for Youth s Brutal Murder in Bhubaneswar

ସଚନାଯୋଗ୍ୟ, କେଦାରପଲ୍ଲୀରେ ରହୁଥିବା ସହଦେବ ନାୟକ ଅନ୍ୟ ଦିନ ଭଳି ଆଜି ସକାଳୁ ଝିଅକୁ ସ୍କୁଲକୁ ଛାଡ଼ିବାକୁ ଯାଇଥିଲେ। ଝିଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିବା ବାଟରେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ଘଟଣାସ୍ଥଳ ଥିଲା ରସୁଲଗଡ଼ ଓଭରବ୍ରିଜ୍‌। ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ସହଦେବ ଆକୁଳ ନିବେଦନ କରୁଥିବା ବେଳେ ଦୁର୍ବୃତ୍ତମାନେ ବାରମ୍ବାର ଖଣ୍ଡାଚୋଟ ମାରୁଥିଲେ। ଅଳ୍ପ ସମୟ ମଧ୍ୟରେ ସହଦେବଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+