୧୫୦ ବୋତଲ କଫ ସିରଫ ଜବତ ; ୩ ଅଭିଯୁକ୍ତ ଗିରଫ

୧୫୦ ବୋତଲ କଫ ସିରଫ ଜବତ । ୩ ଅଭିଯୁକ୍ତ ଗିରଫ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଫ୍‌ ସିରପ୍‌ ରେଡ୍‌ ହୋଇଛି । ଏଥିରେ ୩ କଣ ଗିରଫ ହୋଇଛି । ୧୫୦ ବୋତଲ କଫ୍‌ ସିରପ୍‌ ଜବତ କରିଛି କଣ୍ଟାବାଞ୍ଜି ପୋଲିସ ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବେଆଇନ ଭାବେ ଚାଲିଥିବା କଫ ସିରଫ ଉପରେ ନଜର ରଖିଥିଲା କଣ୍ଟାବାଞ୍ଜି ପୁଲିସ । ଏନେଇ ଆଜି ପୁଲିସ ବଲାଙ୍ଗୀର ସହରର ହାଟପଦାପଡାର ୩ ଜଣକୁ ଗିରଫ କରିଛି ।

ଆଜି କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ କଫ ସିରଫ ବେଆଇନ ଭାବେ ବିକ୍ରି କରିବା ପାଇଁ ବଲାଙ୍ଗୀର ଏବଂ ବେଳପଡା ଅଂଚଳର ଯୁବକ ମାନେ କଣ୍ଟାବାଞ୍ଜି ଆସିଥିବା ପୁଲିସ ଜାଣିବାକୁ ପାଇଥିଲେ । ପରେ ସେହି ଅନୁସାରେ ପୁଲିସ ନିଜର ଟିମ୍ ଲଗାଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ତେବେ ଯୁବକ ମାନଙ୍କକୁ ସହରର ବିଭିନ୍ନ ସ୍ଥାନରୁ କାବୁ କରି ସେମାନଙ୍କ ଠାରୁ ୧୫୦ ବୋତଲ କଫ ସିରଫ ଜବତ କରିଛି । ଏହା ସହ ବ୍ୟବହାର କରୁଥିବା କେଟିଏମ ବାଇକ ଓ ପଲସର ବାଇକକୁ ମଧ୍ୟ ଜବତ କରିଛି ।

cough_syrup

ଯୁବକ ମାନଙ୍କ ଠାରୁ ୩୧ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା ବେଳେ କଫ ସିରଫ ସହ ମିଶାଇ ବ୍ୟବହାର କରୁଥିବା କିଛି ମେଡ଼ିସିନ ଷ୍ଟ୍ରିପ ମଧ୍ୟ ଜବତ ହୋଇଛି ।

ପୁଲିସ ଏହାକୁ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିଛି । ୩ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ଏହା ପଛରେ କିଏ ମାଷ୍ଟର ମାଇଣ୍ଡ ତାହାର ଖୋଳତାଡ଼ ପୋଲିସ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+