ବଢ଼ୁଛି IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବିପଦ ; ଆଜି ସିବିଆଇରେ ହାଜର ହୋଇପାରନ୍ତି
ବଢ଼ୁଛି IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବିପଦ । ସିବିଆଇରେ ହାଜର ହୋଇପାରନ୍ତି ବିଷ୍ଣୁପଦ । ଆଜି ତାଙ୍କୁ ଜେରା ହୋଇପାରେ । ବିଷ୍ଣୁପଦଙ୍କ ୩ ଜଣ ଡ୍ରାଇଭରଙ୍କୁ ପଚରାଉଚରା କରିଛି ସିବିଆଇ ।

ଶନିବାର ସକାଳୁ ଡ୍ରାଇଭର ନୃସିଂହ ଏକ EV ସ୍କୁଟର OD02CJ6012 ଯୋଗେ ଆସି ସିବିଆଇ ଅଫିସରେ ହାଜର ହୋଇଥିଲେ । ଦୀର୍ଘ ତିନି ଘଣ୍ଟା ଧରି ସିବିଆଇ ଅଫିସରେ ହାଜର ହୋଇ ସିବିଆଇ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ । ଏନେଇ ବିଭିନ୍ନ ତଥ୍ୟ ଆଧାରରେ ସିବିଆଇ ଅଧିକାରୀ ଜେରା ପରେ ଦିନ ପ୍ରାୟ ୧ଟା ସମୟରେ ବାହାରିଥିଲେ ନୃସିଂହ ।
ସିବିଆଇ ଅଫିସରୁ ବାହାରି କଣ ପ୍ରତିକ୍ରିୟା ରଖିଲେ ଡ୍ରାଇଭର ?
ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୃସିଂହ କହିଛନ୍ତି, 'ସାର କେତେବେଳେ ଘରକୁ ଆସନ୍ତି । କେତେବେଳେ ଘରକୁ ଯାଆନ୍ତି । ସେ ବିଷୟରେ ପଚାରିଥିଲେ । ମୁଁ ୯ଟା ୩୦ରୁ ୧୦ଟା ଭିତରେ ଯାଇ ପହଞ୍ଚେ । ପରେ ୨ଟାରୁ ୨ଟା ୩୦ରେ ସାର୍(ବିଷ୍ଣୁପଦ ସେଠୀ)ଙ୍କୁ ଛାଡିଦିଏ । ସକାଳ ଓଳି ସେ ଡ୍ୟୁଟି ପରେ ଉପରବେଳା ଆର ଡ୍ରାଇଭର ଆସି ଡ୍ୟୁଟି କରେ। ଘରେ କେଉଁ ସମୟରେ ରୁହନ୍ତି ଘରେ । କ୍ୟାମେରା ଲାଗିଥିଲା କି ନାହିଁ । ଏନେଇ ସେ ସିବିଆଇକୁ କହିଥିଲେ । ଘର ଭିତରେ କ୍ୟାମେରା ଥାଇପାରେ ବାହାରେ ନାହିଁ ।'
ଗତ 7 ତାରିଖ ଘଟଣା ସମ୍ପର୍କରେ ପଚାରିଥିଲା ସିବିଆଇ:
ନୃସିଂହ ଆହୁରି କହିଛନ୍ତି, ସାତ ତାରିଖ ଦିନ ସାରଙ୍କ ସହ କୁଆଡେ ଯାଇଥିଲେ କି ଏ ସମ୍ପର୍କରେ ପଚାରିଥିଲା ସିବିଆଇ । ସେନେଇ ସେ ଦିନ ତମାମ ସାରଙ୍କ ସହ ଥିଲେ ସାରଙ୍କୁ ନେବା ଆଣିବା ପାଇଁ । ଯେହେତୁ ଅନ୍ୟ ଡ୍ରାଇଭର ଛୁଟିରେ ଥିଲା । କେବଳ ସେ ଏକା ଆସିନାହାନ୍ତି ତାଙ୍କ ସହ ଅନ୍ୟତମ ଡ୍ରାଇଭର ଯେ କି ତୁଷାର । ସେ ମଧ୍ୟ ବାଇକ ଯୋଗେ ଆସି ସିବିଆଇରେ ହାଜର ହୋଇଥିଲେ ଜେରା ବି ହୋଇଥିଲା ।'












Click it and Unblock the Notifications