ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା,ଯାଞ୍ଚରୁ କିଛି ସୁରାଗ ପାଇଛୁ
ଶ୍ରୀମନ୍ଦିରରେ ଧମକପୂର୍ଣ୍ଣ ଲେଖା ପରେ ତନାଘନା ତଦନ୍ତ । ଘଟଣାକୁ ଗୁରୁତର ସହ ନେଇଛି ପୋଲିସ । ସ୍ବତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛି । ଯିଏ ଲେଖିଛି ତାକୁ ଚିହ୍ନଟ କଲା ପରେ ସବୁ ସ୍ପଷ୍ଟ ହେବ । କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଛି । ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯିବା ପରେ ଲେଖା ଗୁଡିକୁ ଲିଭାଯାଇଛି ବୋଲି କହିଛନ୍ତି ପୁରୀ ଏସପି ।

ପରିକ୍ରମା ମାର୍ଗ ବାଲିସାହି ପ୍ରବେଶ ପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା ହୋଇଥିଲା । ଆତଙ୍କବାଦୀ ମନ୍ଦିର ଭଙ୍ଗିବେ ବୋଲି ଦୁଇଟି ସ୍ଥାନରେ କଡା ଚେତାବନୀ ଦେଇ ହାତରେ କେହି ଲେଖିଥିବା ନଜରକୁ ଆସିଥିଲା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ । ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି । ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ଏହାସହ ଏକାଧିକ ଡେକୋରେଟିଭ ଲାଇଟ ମଧ୍ୟ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ ।












Click it and Unblock the Notifications