ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ଶ୍ରୀମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ। ସୋସିଆଲ ମିଡିଆରେ ଆସିଛି ଧମକପୂର୍ଣ୍ଣ ମେସେଜ୍। ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ରହିଥିବା ଦେଖିବାକୁ ମିଳିଛି ।

ଏଥିରେ ଲେଖାଯାଇଛି- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ। ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବୁ। ଖୁବଶୀଘ୍ର ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ। ତେବେ ଜୁଲି ରାଣୀ ପଣ୍ଡା କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି, ନା ଏହା ଏକ ଫେକ୍ ଆକାଉଣ୍ଟ, ତାହାର ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି।
ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ, ଏହି ଧମକପୂର୍ଣ୍ଣ ମେସେଜକୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି। ଏହି ଆକାଉଣ୍ଟ କାହାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।












Click it and Unblock the Notifications