ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା, ଦ୍ଵିତୀୟ ଦିନରେ ଦର୍ଶନ ଦେଉଛନ୍ତି ଅଲାରନାଥ

ଆଜି ଦ୍ଵିତୀୟ ଦିନରେ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ବ୍ୟରିକେଡରେ ଲାଇନରେ ଯାଇ ଅର୍ଗଳି କାଠ ନିକଟରୁ ଦର୍ଶନ କରୁଛନ୍ତି । ଆଜି ଭୋର ୪ଟାରେ ମନ୍ଦିର ଖୋଲା ଯାଇଥିଲା । ୪.୨୦ ରେ ମଙ୍ଗଳ ଆଳତୀ, ଅବକାଶ,ତଡ଼ପ ଲାଗି, ବେଶ , ତୁଳସିଲାଗି, ଗୋପାଳ ବଲ୍ଲଭ ସରିବାପରେ ଏବେ ସର୍ବସାଧାରଣ ଦର୍ଶନ 6 ଟାରୁ ଆରମ୍ଭ ହୋଇଛି ।

Alarnath darshan on the second day

ସେପଟେ ଶ୍ରୀଜୀଉ ମାନେ ଅଣସର ଘରେ ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି। ବର୍ଷ କରେ ୩୬୫ ଦିନ ମଧ୍ୟରୁ ୩୫୦ ଦିନ ଜଗନ୍ନାଙ୍କୁ ଦର୍ଶନ କରିବା ଯାହା ଅନବସର ସମୟରେ ୧୪ ଦିନ ଭିତରେ ଅଲାରନାଥଙ୍କୁ ଦର୍ଶନ କରିବା ସମାନ ବୋଲି ଭକ୍ତ ମନରେ ବିଶ୍ୱାସ ନେଇ ଛୁଟି ଆସିଥାନ୍ତି। ଏହି ୧୪ ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପଲଟିଯାଏ ଦ୍ଵିତୀୟ ଶ୍ରୀକ୍ଷେତ୍ର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+