ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ : ଓଡ଼ିଶା ପୁଲିସ
ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ହେବ । ଏ ନେଇ ସୂଚନା ଦେଇଛି ଓଡ଼ିଶା ପୋଲିସ୍ । ଦଣ୍ଡ ଫଳରେ ହିଂସାର ପରିମାଣ କମିବ । ତେଣୁ ଲୋକଙ୍କୁ ସଚେତନା ରହିବା ପାଇଁ କହିଛି ଓଡ଼ିଶା ପୋଲିସ ।
ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତେହସିନ୍ ଏସ୍ ପୁନାୱାଲା ବନାମ ଭାରତ ସରକାର ମୋକଦ୍ଦମାର ବିଚାର ସମୟରେ ସମସ୍ତ ପକ୍ଷମାନଙ୍କ ଶୁଣାଣି କରି ୨୦୧୮ ସେପ୍ଟେମ୍ବର ୨୪ ତାରିଖ ଦିନ ରାୟରେ ପ୍ରକାଶ କରିଛନ୍ତି ଯେ ଭିଡ଼ ହିଂସା ଏକ ଅପରାଧ ଓ ସେଥିରେ ଭାଗ ନେଉଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ ।
ଭିଡ଼ ହିଂସାରୁ ନିବୃତ୍ତ ରହିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି । ଜଣଙ୍କର ଅପରାଧ ପାଇଁ ଦଳ ଓ ଷଡ଼ଯନ୍ତ୍ରରେ ଭାଗ ନେଉଥିବା ସମସ୍ତ ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ।

ଏହାକୁ ଦୃଷ୍ଟିରେ ରଖ୍ ଓଡ଼ିଶା ପୁଲିସ ତରଫରୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କୁ କୌଣସି ପ୍ରକାଶ ଭିଡ଼ହିଂସାରେ ଭାଗ ନନେବା ପାଇଁ କୁହାଯାଇଛି ।












Click it and Unblock the Notifications