Get Updates
Get notified of breaking news, exclusive insights, and must-see stories!

ସମସ୍ତ ରେକର୍ଡ ଭାଙ୍ଗିଲା ଚଳିତ ବର୍ଷର ଶୀତ ! ନୂଆ ବର୍ଷ ଯାଏଁ ନିସ୍ତାର ନାହିଁ, କୁହୁଡି ପାଇଁ ସତର୍କ ସୂଚନା ଜାରି

ଶୀତରେ ଥରୁଛି ପୂରା ରାଜ୍ୟ । ଜି ଉଦୟଗିରିରେ ରାତି ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ୧୩ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ତେବେ ନୂଆବର୍ଷ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଜି ଉଦୟଗିରିରେ ରାତି ତାପମାତ୍ରା ୩.୫ ଡିଗ୍ରୀ ରହିଥିଲା । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ଝାରସୁଗୁଡ଼ା, ରାଉରକେଲା ଓ କୋରାପୁଟରେ ୭, ସେମିଳିଗୁଡ଼ାରେ ୭.୫, କିରେଇରେ ୮.୩, ନବରଙ୍ଗପୁରରେ ୮.୫ ଓ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା ।

winter

ସୋମବାର ଫୁଲବାଣୀରେ ୭ ଡିଗ୍ରୀ, କୋରାପୁଟ, ଝାରସୁଗୁଡ଼ା ଓ ରାଉରକେଲାରେ ୮ ଓ ନବରଙ୍ଗପୁରରେ ୯ ଡିଗ୍ରୀ ରହିପାରେ । ମଙ୍ଗଳବାର ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ,ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ବୁଧବାର ଓ ଗୁରୁବାର ଏହି ସବୁ ସ୍ଥାନରେ ଘନ କୁହୁଡ଼ି ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+