ଏଥର ଓଡିଶାରେ ସ୍ୱାଭାବିକଠାରୁ କମ ବର୍ଷା
Odisha Rain: ଏଥର ଓଡିଶାରେ ସ୍ୱାଭାବିକଠାରୁ କମ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏଥର ଦେଶରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ହେଲେ ଓଡ଼ିଶାରେ ଏଥର ବର୍ଷାର ପରିମାଣି କମ୍ ରହିବ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ୱଭାବିକଠୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ଅଛି । ଯେଉଁଥି ପାଇଁ ଚଳିବ ବର୍ଷ ମୌସୁମୀ ପ୍ରଭାବରେ ଦେଶରେ ଏଥର ପ୍ରାୟ ୧୦୬ ପ୍ରତିଶତ ବର୍ଷ ହୋଇପାରେ । ସେହିପରି ରାଜ୍ୟରେ ଏଥର ସ୍ୱଭାବିକ ଠାରୁ କମ୍ ବର୍ଷା ହେବା ନେଇ ଅନୁମାନ କରାଯାଉଛି, ଯାହାର ପ୍ରଭାବ ଚାଷ ଉପରେ ମଧ୍ୟ ପଡିବାର ଆଶଙ୍କା ରହିଛି ।
ସୂଚନାଥାଉ ଯେ, ଏଥର ଦେଶର ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଉତ୍ତରପଶ୍ଚିମ, ପୂର୍ବ ଏବଂ ଉତ୍ତରପୂର୍ବ ଛାଡି ଦେଲେ ଦେଶର ଅନ୍ୟ ପ୍ରାନ୍ତରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭବନା ରହିଛି ।












Click it and Unblock the Notifications