Get Updates
Get notified of breaking news, exclusive insights, and must-see stories!

ଚଳିତ ବର୍ଷ 8 ଟି ଖରିଫ୍‌ ଓ 9 ଟି ରବି ଫସଲ ବୀମା ଅନ୍ତର୍ଭୁକ୍ତ ହେବ

ଚଳିତ ବର୍ଷ ଖରିପ୍‌ ଋତୁରେ ୮ ଟି ଫସଲ ଏବଂ ରବି ଋତୁରେ ୯ ଟି ଫସଲକୁ ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି ।

ଭୁବନେଶ୍ବର: ଚଳିତ ବର୍ଷ ଖରିପ୍‌ ଋତୁରେ ୮ ଟି ଫସଲ ଏବଂ ରବି ଋତୁରେ ୯ ଟି ଫସଲକୁ ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ା ଚଳିତ ବର୍ଷ ପାଇଁ ଫସଲ ବୀମା ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

meeting

ବୀମା ସର୍ଭେ ଅନୁସାରେ କ୍ଷତି ପୂରଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ଚାଷୀଙ୍କୁ ତୁରନ୍ତ ବୀମା ରାଶି ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ବୀମା କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ କୃଷକମାନଙ୍କର ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଗ୍ରହଣୀୟ ନୁହେଁ । କୃଷକମାନଙ୍କ ବ୍ୟାଙ୍କ୍ ଖାତାକୁ ବୀମାରାଶି ପଠାଇବାରେ କୌଣସି ପ୍ରକାର ଅବହେଳାକୁ ସରାକାର ଗୁରୁତର ସହ ବିଚାର କରିବେ ବୋଲି ସେ ସ୍ପଷ୍ଟ କରିଦେଇଥିଲେ ।

ଶସ୍ୟ - ୱାରୀ ଚାଷ ହୋଇଥିବା କ୍ଷେତର ପରିମାଣ ଏବଂ ଅମଳ ହାର ନିର୍ଦ୍ଧାରଣ ନିମନ୍ତେ ଆଧୁନିକ ସାଟେଲାଇଟ୍‌ ଗବେଷଣା କୌଶଳ ଗୁଡିକ ପ୍ରୟୋଗ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ଏକ ସମନ୍ବିତ ବୈଷୟିକ କାର୍ଯ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା ମହାକାଶ ଗବେଷଣା ଉପଯୋଗ କେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାମାଣିତ ହୋଇଥିବା ସାଟେଲାଇଟ୍‌ କୌଶଳ ଗୁଡିକୁ ଓଡ଼ିଶା କୃଷି ଜଳବାୟୁ ଅନୁସାରେ ନବୀକୃତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ । ସାଟେଲାଇଟ୍‌ ଚିତ୍ର ଭିଜିକ ତଥ୍ୟଭିଭି ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତି ଏବଂ ଫସଲ ବୀମାର ସଂପ୍ରସାରଣରେ ଅଧିକ ସହାୟକ ହେବ ବୋଲି ସେ କହିଥିଲେ । ଆଗାମୀ ବର୍ଷଠାରୁ ସାଟେଲାଇଟ୍‌ କୌଶଳ ଭିତ୍ତିରେ ରାଜ୍ୟର ସବୁ ଅଞ୍ଚଳରେ ଶସ୍ୟ - ୱାରୀ ଚାଷ ହୋଇଥିବା ଜମିର ପରିମାଣ ଏବଂ ଅମଳ ହାର ଆକଳନ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା ।

ଚଳିତ ବର୍ଷ ଖରିଫ୍ ଋତୁରେ ଧାନ , ଚିନା ବାଦାମ , ମକା , ହରଡ , ମାଣ୍ଡିଆ , ତୁଳା , ଅଦା ଓ ହଳଦୀ ଆଦି ୮ ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ସେହିପରି ରବି ଋତୁରେ ଧାନ , ଚିନାବାଦାମ , ବିରି , ମୁଗ , ସୋରିଷ , ସୂର୍ଯ୍ୟମୁଖୀ , ଆଖୁ , ଆଳୁ ଏବଂ ପିଆଜ ଆଦି ୯ ଟି ଫସଲ ବୀମାଭୁକ୍ତ ହେବ । ସାଧାରଣତଃ ଧାନ ଫସଲ ପାଇଁ ଏକ ଗ୍ରାମ ପଂଚାୟତ ବା ସହରାଞ୍ଚଳ ଏବଂ ଅଣ ଧାନ ଫସଲ ପାଇଁ ଏକ ବ୍ଲକ୍‌କୁ ବୀମା - ୟୁନିଟ୍ ଭାବେ ବିଚାର କରାଯିବ । ଚଳିତ ବର୍ଷ ଜୁଲାଇ ୩୧ ତାରିଖକୁ ଖରିଫ ପସଲ ବୀମା ପଂଜୀକରଣର ଶେଷ ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା । ଏହି ଦିନ ସୁଦ୍ଧା ସମସ୍ତ କୃଷକମାନେ ନିଜ ନିଜ ଫସଲବୀମା କରାଇନେବେ । ଚାଷ ପାଇଁ ଋଣ ନେଉଥିବା ଚାଷୀମାନଙ୍କର ବୀମା ସଂପୃକ୍ତ ବ୍ୟାଙ୍କ୍ ମାଧ୍ୟମରେ ହେବ । ଯେଉଁମାନେ ଚାଷ - ଋଣ ନେଉନାହାନ୍ତି ସେମାନେ ମଧ୍ୟ 3/4 ନିକଟସ୍ଥ ଜନସେବା କେନ୍ଦ୍ର , ନିଜର ସେଭିଙ୍ଗ୍‌ସ୍‌ ଆକାଉଣ୍ଟ୍ ଥିବା ବ୍ୟାଙ୍କ୍ ବା ସଂପୃକ୍ତ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଫସଲବୀମା ଇନ୍‌ସୁରାନ୍‌ସ୍ କଂପାନୀ ଏଜେଣ୍ଟ୍‌ମାନଙ୍କ ମାଧ୍ୟମରେ ନିଜ ନିଜ କ୍ଷେତରେ କରୁଥିବା ଉପଯୁକ୍ତ ଫସଲର ବୀମା କରାଇପାରିବେ ।

ଆଜିଠାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା କୃଷି ନିର୍ଦ୍ଦେଶକ ମୁଥୁ କୁମାର ଜଣାଇଥିଲେ ଯେ ରାଜ୍ୟରେ ଶସ୍ୟ ବୀମା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁସାରେ କରାଯାଉଛି । ଏଥ୍ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଅନୁପାତରେ ଆର୍ଥିକ ସହାୟତା ଦେଉଛନ୍ତି । ସାଧାରଣତଃ ବୀମା ପ୍ରିମିୟମ୍‌ର ଶତକଡ଼ା ୯୮ ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ଦିଅନ୍ତି ଏବଂ ସଂପୃକ୍ତ କୃଷିକ ଶତକଡ଼ା ୨ ଭାଗ ଦିଅନ୍ତି । ୨୦୨୧ ମସିହା ଖରିଫ୍ ଋତୁରେ ପ୍ରାୟ ୧୨ , ୩୦ ଲକ୍ଷ ଚାଷୀଙ୍କର ୧୦ , ୫୦ ଲକ୍ଷ ହେକ୍ଟର ଚାଷ ଜମି ବୀମାଭୁକ୍ତ ହୋଇଥିଲା । ଚଳିତ ବର୍ଷ ଖରିଫ୍ ଏବଂ ରବି ଋତୁରେ ଋଣନେଉନଥିବା ଚାଷୀମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ବୀମାଭୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ , ସମବାୟ ସଚିବ ସଞ୍ଜିବ୍ କୁମାର ଚଢ଼ା ଆଜି କୃଷି ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ସଂପୃକ୍ତ ବିଭାଗ ଓ ଇନ୍ସୁରାନ୍ସ୍ କଂପାନୀର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ , ଏ.ଡ଼ି.ଏଫ୍.ସି.ଏଗ୍ରୋ , ରିଲାଏନ୍‌ସ୍ , ଜି.ଆଇ.ସି , ଏବଂ ଏଗ୍ରିକଲ୍‌ଚର ଇନ୍ସୁରାନ୍‌ସ୍ କଂପାନୀ ଆଦି ତିନିଟି ଇନ୍ସୁରାନ୍‌ସ୍ କଂପାନୀଙ୍କୁ ଓଡ଼ିଶାରେ ଫସଲବୀମା ନିମନ୍ତେ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରେ ଜିଲ୍ଲାଗୁଡିକୁ ଆବଣ୍ଟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+