ଚଳିତ ବର୍ଷ ୨,୮୦,୦୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ

This year, 2,60,000 Hectares Of Farmland Will Be Irrigated .ଚଳିତ ବର୍ଷ ୨,୮୦,୦୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ

ଭୁବନେଶ୍ୱର: ଚଳିତ ବର୍ଷ ୨,୮୦,୦୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ସମସ୍ତ କାର୍ଯ୍ୟକୁ ନିର୍ଦ୍ଦଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ଖସଡା ପ୍ରସ୍ତୁତ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ସେହିପରି ମୟୂରଭଞ୍ଜ ଜିଲ୍ଲା ଦେଓ ,ହଳଦିଆ ଡ୍ୟାମ୍, ଅନୁଗୋଳ ଜିଲ୍ଲାର ମଞ୍ଜୋର ସମ୍ପୁର୍ଣ୍ଣ କରିବା ନେଇ ଲକ୍ଷ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୧୭ଟି ନଦୀଗର୍ଭ ଜଳାଶୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୧୩ଟି ପ୍ରକଳ୍ପର ଟେଣ୍ତର ପ୍ରକ୍ରିୟା ଜାରି ରହିଛି । ସେପଟେ ଚଳିତ ଆର୍ଥିତ ବର୍ଷରେ ୯୪୩.୭୫ କୋଟି ଟଙ୍କା ବ୍ୟୟବରଦାରେ ୧୬ଟି ନୂଆ ନଦୀଗର୍ଭ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି ।

ODISHA

ଆଡିବନ୍ଧ ନିର୍ମାଣ ପାଇଁ ୧୦୦କୋଟି , ବୃହତ୍ତ ଓ ମଧ୍ୟ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ୨୯୫୩କୋଟି ଟଙ୍କା ମୁଞ୍ଜୁର ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ୯୯୬୩,୮୦,୯୮,୦୦୦ଟଙ୍କାର ଖର୍ଚ୍ଚଦାବି ଗୃହୀତ ହୋଇଛି ।୨୦୨୬ ସୁଦ୍ଧା ପାର୍ବତୀଗିରୀ ପ୍ରକଳ୍ପର କାର୍ଯ୍ୟ ସାରିବା ପାଇଁ ଲକ୍ଷ ରଖାଯାଇଛି ।ଭଦ୍ରକ ,ବାଲେଶ୍ୱର ,ପୁରୀ ,କେନ୍ଦ୍ରାପଡ଼ା ଜିଲ୍ଲାର ୧୯୮କି.ମି ଲୁଣାବନ୍ଧ ସୁଦୃଢୀକରଣ ଲାଗି ୧୦୦କୋଟି ଟଙ୍କାର ବ୍ୟବବରଦ କରାଯାଇଛି ବୋଲି ଗୃହରେ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+