Get Updates
Get notified of breaking news, exclusive insights, and must-see stories!

ଏଥର ଚିଲିକାରେ ବଢ଼ିଲା ଅଧିକ ବିଦେଶୀ ପକ୍ଷୀ ସଂଖ୍ୟା

ଚିଲିକାରେ ପକ୍ଷୀଙ୍କ ରେକର୍ଡ! । ଚଳିତ ବର୍ଷ ୧୧ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ । ଆସିଛନ୍ତି ଦେଶ ଓ ଵିଦେଶର ମୋଟ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆସିଛନ୍ତି ୪ ହଜାର ୯ ଶହ ୭୨ଟିପକ୍ଷୀ । ସେଥିମଧ୍ୟରେ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ବିଦେଶୀ ପକ୍ଷୀ ଅଛନ୍ତି । ଯାହା ପରିବେଶବିତ୍ ଙ୍କ ପାଇଁ ଉତ୍ସାହଜନକ ଖବର । ତେବେ ଏଥର ଚିଲିକା କୁ ଦୁଇ ପ୍ରଜାତିର ନୂଆ ଅତିଥି ଆସିଛନ୍ତି । ପ୍ଲେନ ମାର୍ଟିନ ଓ ବେଙ୍ଗଲ ବୁଶ ଲାର୍କ ପ୍ରଜାତିର ପକ୍ଷୀ ଚିଲିକା ଆସିଛନ୍ତି । ନର୍ଦନ ପିଣ୍ଟଲ ପ୍ରଜାତି ପକ୍ଷୀଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି ।

Chilika

ମୋଟ ୨ ଲକ୍ଷ ୧୮ ହଜାର ୯୯୩ ଟି ନର୍ଦନ ପିଣ୍ଟନ ଚିଲିକା ଆସିଛନ୍ତି । ଚିଲିକାର ନୀଳ ଜଳରାଶିରେ ଚଳିତ ବର୍ଷ ମୋଟ ୧୯୬ଟି ପ୍ରଜାତିର ପକ୍ଷୀ ବିଚରଣ କରୁଥିବା ଦେଖାଯାଇଛି । ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ୫ ଟି ରେଞ୍ଜ ତଥା ବାଲୁଗାଁ, ଟାଙ୍ଗୀ, ରମ୍ଭା, ନୂଆପଡା ଓ ସାତପଡ଼ା ରେଞ୍ଜରେ ୨୨ଟି ଟିମ ଗଣନା କାର୍ଯ୍ୟ କରିଥିଲେ । ଟିମରେ ପକ୍ଷୀ ଏକ୍ସପଟ, ବିଶେଷଜ୍ଞ, ଓୟୁଏଟି ଛାତ୍ର ଛାତ୍ରୀ, ଚିଲିକା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ବିଭିନ୍ନ ସରକାରୀ ଓ ବେସରକାରୀ କର୍ମଚାରୀ ସମେତ CDAର ମୋଟ ୧୩୦ ଜଣ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ରହିଥିଲେ । ୧୯ ଟି ଟିମ ଚିଲିକା ର ଜଳ ଭାଗରେ ଓ ୩ ଟି ଟିମ ସ୍ଥଳ ଭାଗରେ ଗଣନା କାର୍ଯ୍ୟ କରୁଥିଲେ ।

ଏହି ନୂଆ ଅତିଥିଙ୍କ ଆଗମନ ଚିଲିକାର ଜୈବ-ବିବିଧତାକୁ ଆହୁରି ସମୃଦ୍ଧ କରିଛି । ଚିଲିକାରେ ଉପଯୁକ୍ତ ଖାଦ୍ୟ ଏବଂ ସୁରକ୍ଷିତ ପରିବେଶ ଯୋଗୁଁ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ୁଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରତିବର୍ଷ ପରି ଏଥର ମଧ୍ୟ ପକ୍ଷୀ ଅଭୟାରଣ୍ୟ ନଳବଣ ପକ୍ଷୀମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+