ଏଥର ଚାରିଦିନ ପାଳନ ହେବ ପଞ୍ଚକ ବ୍ରତ, ଏହି ଦିନ ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା

ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୮ ଅକ୍ଟୋବର ୨୦୨୪ ଠାରୁ ୧୫ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ ।

dhabaleshwar

ତେବେ ୧୨ ନଭେମ୍ବର ୨୦୨୪ ଠାରୁ ୧୫ ନଭେମ୍ବର ୨୦୨୪ ଚାରିଦିନ ପଞ୍ଚକ ବ୍ରତ ପାଳନ କରାଯିବ । ୧୩ ନଭେମ୍ବର ୨୦୨୪ ତାରିଖ ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା ପାଳନ ହେବ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ଵର । ସେହି ଦିନ ୧୩ ନଭେମ୍ବର ମଧ୍ୟରାତ୍ରିରେ ଧବଳେଶ୍ଵରଙ୍କ ନିକଟରେ ପ୍ରସିଦ୍ଧ ଗଜଭୋଗ ଓ ତରଣ ଲାଗିହେବ । ୧୪ ନଭେମ୍ବର ୨୦୨୪ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ । ୧୫ ନଭେମ୍ବର ୨୦୨୪ କାର୍ତ୍ତିକ ବ୍ରତ ସମ୍ପୂର୍ଣ୍ଣ ହେବା ସହିତ ବୋଇତ ଭସାଣ କରାଯିବ ବୋଲି ବୈଠକରେ ନିର୍ଦ୍ଧାରିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+