ଚଳିତ ଥର ପୁରୀ ରଥଯାତ୍ରାରେ ଗଣତି ହେବେ ଭକ୍ତ
ଭୁବନେଶ୍ୱର: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଜୁଲାଇ ୭ ତାରିଖ ଦିନ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ସରକାର, ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀକୁ ସଂଯୋଗ କରୁଥିବା ତିନିଟି ମୁଖ୍ୟ ମାର୍ଗ (ଭୁବନେଶ୍ବର-ପୁରୀ, କୋଣାର୍କ-ପୁରୀ ଓ ବ୍ରହ୍ମଗିରି-ପୁରୀ) ରାସ୍ତାରେ ଭକ୍ତଙ୍କ ଗଣତି ପାଇଁ ବ୍ୟବସ୍ଥା କରାଯିବ। ଏହି ତିନି ରାସ୍ତାରେ ଦେଇ ପୁରୀକୁ ଯାଉଥିବା ବସ୍, କାର, ଅଟୋ ଓ ବାଇକକୁ ଆଧାର କରି ଲୋକଙ୍କ ଗଣତି କରାଯିବ। ସେହିପରି ପୁରୀର ହୋଟେଲ, ଲଜ୍, ଧର୍ମଶାଳା, ମଠଗୁଡ଼ିକରେ ମଧ୍ୟ ଗଣତି କରାଯିବ। ପୁରୀକୁ ଟ୍ରେନ୍ରେ କେତେ ଭକ୍ତି ଆସିଛନ୍ତି ତାହା ମଧ୍ୟ ହିସାବକୁ ନିଆଯିବ।












Click it and Unblock the Notifications