ଏଥର ଜମିବ କଟକ ବାଲିଯାତ୍ରା, ବଲିଉଡରୁ ଆସିବେ ଏହି ସବୁ କଳାକାର
କଟକ ବାଲିଯାତ୍ରାରେ ବଲିଉଡ୍ ନାଇଟ୍ ନେଇ ଜିଲାପାଳ ସୂଚନା ଦେଇଛନ୍ତି । ବଲିଉଡ ନାଇଟ୍ କାର୍ଯ୍ୟକ୍ରମରେ ସୋନୁ ନିଗମ, ସୁରେଶ ଓ୍ବାଡକର ପ୍ରମୁଖ ଆସିବା ଯୋଜନା ରହିଛି । ଏହା ସହ ନୂଆ ଡ୍ରୋନ୍ ଶୋ' ଓ ଲେଜର ଶୋ' ହେବ ।

ବାଲିଯାତ୍ରାରେ ସମସ୍ତଙ୍କୁ ପସନ୍ଦ ଆସୁଥିବା କଟକ ଇନ୍ କଟକର ଥିମ୍ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମା ରହିବ । ଖାଲି ସେତିକି ନୁହେଁ, ସବୁଜ ବାଣ ପ୍ରଦର୍ଶନୀ ମଧ୍ୟ ହେବ ବୋଲି କଟକ ଜିଲାପାଳ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ନଭେମ୍ବର ୧୫ରୁ ବାଲିଯାତ୍ରା ଆରମ୍ଭ ହେବ । ଏଥିପାଇଁ ମାସେ ପୂର୍ବରୁ ପ୍ଲଟ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି ।












Click it and Unblock the Notifications