ଏଣିକି ପ୍ରତ୍ୟକ ଜିଲ୍ଲାରେ ଖୋଲିବ ଜ୍ୱର କ୍ଲିନିକ

This time a fever clinic will be opened in every district of ODISHAଏଥର ରାଜ୍ୟର ପ୍ରତିଟି ଜିଲ୍ଲାରେ ଖୋଲିବ ଜ୍ୱର କ୍ଲିନିକ୍ । ଏହା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ମଧ୍ୟ ରହିଛି ନିର୍ଦ୍ଦେଶ ।

ଭୁବନେଶ୍ୱର: ପୁଣି ରାଜ୍ୟରେ ଉପରମୁହାଁ ହେଲାଣି କରୋନା ।କୋଭିଡ୍ ସଂକ୍ରମିତଙ୍କ ବର୍ଦ୍ଧିତ ସଂଖ୍ୟା ଓ ଲୋକଙ୍କ ସୁବିଧାକୁ ନଜରରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନେଇଛି ଏକ ନୂଆ ପଦକ୍ଷପ । ଏଥର ରାଜ୍ୟର ପ୍ରତିଟି ଜିଲ୍ଲାରେ ଖୋଲିବ ଜ୍ୱର କ୍ଲିନିକ୍ । ଏହା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ମଧ୍ୟ ରହିଛି ନିର୍ଦ୍ଦେଶ ।ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ସମସ୍ତ ମେଡିକାଲ କଲେଜ ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।ସବ୍ ଡିଭିଜନ ଡାକ୍ତରଖାନା ,ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି ।

CORONA

ଗତକାଲି ତୁଳନାରେ ଆଜି ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଛି ।ତେବେ ଖୋର୍ଦ୍ଧାରେ ସର୍ବାଧିକ ୧୩୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ । କଟକରେ ୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେପୁରା ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦେଢ ହଜାରରେ ପହଁଚିଲାଣି ।

CORONA

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ପ୍ରତ୍ୟକ ଜିଲ୍ଲାରେ ଏବେ ଜ୍ୱର କେନ୍ଦ୍ର ଖୋଲାଯିବା ପାଇଁ ସ୍ୱାସ୍ଥ୍ୟ ବିବାଗ ପକ୍ଷରୁ ନିର୍ଦ୍ଧେଶ ରହିଛି ।ଯେଉଁଠି ସ୍ୱାବ ଟେଷ୍ଟର ସୁବିଧା ରହିବ । ଅମ୍ଳଜାନ
ଓ ଆଇସୋଲେସନର ବ୍ୟବସ୍ଥା ମଧ୍ୟ କରାଯିବା । ଏହାଛଡା ଔଷଧ,ପିପିଇ କିଟ୍,ଅମ୍ଳଜାନ ସିଲିଣ୍ତର ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମଧ୍ୟ ସ୍ଟକ ରଖାଯିବ । ପ୍ରତ୍ୟକ ସ୍ୱାସ୍ଥ୍ୟ କର୍ମୀ ଭ୍ୟାକସିନେଟେଡ୍
ହେବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳଖ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+