ଏଥର 80 ମାର୍କର ମାଟ୍ରିକ ପରୀକ୍ଷା, 20 ମାର୍କ ଆଭରେଜ
ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବର୍ଷ ଆରମ୍ଭରୁ ଆସିଛି ଖୁସି ଖବର । ଏଥର ମାଟ୍ରିକ ପରୀକ୍ଷା 100 ନୂହେଁ ବରଂ 80 ମାର୍କର ହେବ ପରୀକ୍ଷା । 20 ମାର୍କ ମିଳବ ଆଭରେଜ ।
ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବର୍ଷ ଆରମ୍ଭରୁ ଆସିଛି ଖୁସି ଖବର । ଏଥର ମାଟ୍ରିକ ପରୀକ୍ଷା 100 ନୂହେଁ ବରଂ 80 ମାର୍କର ହେବ ପରୀକ୍ଷା । 20 ମାର୍କ ମିଳବ ଆଭରେଜ । ପ୍ରତି ବିଷୟ ପାଇଁ 80 ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । 50 ମାର୍କ ଅବଜେକ୍ଟିଭ ଓ 30 ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ । ଚଳିତ ମାସ ୮ ତାରିଖରୁ କ୍ଲାସ ଆରମ୍ଭ ହେବ ଆଉ ମେ' ୩ ତାରିଖରେ ସେମାନେ ଦେବେ ପରୀକ୍ଷା।
ସେହିପରି ପରୀକ୍ଷା ସରିବାର ୪୫ ରୁ ୫୦ ଦିନ ଭିତରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଦ୍ଵିତୀୟ ପର୍ଯ୍ୟାୟରେ ଆବାସିକ ବିଦ୍ୟାଳୟ ଗୁଡିକର ହଷ୍ଟେଲ ଖୋଲିବା ପାଇଁ ଯୋଜନା ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେପଟେ ହଷ୍ଟେଲରେ ରହୁଥିବା ଏସସି ଓ ଏସଟି ପିଲାଙ୍କ ସୁବିଧା କରାଯିବ । ସ୍କୁଲ ଖୋଲିବା ପରେ ହଷ୍ଟେଲ ପିଲାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସମୀର ରଞ୍ଜନ ଦାସ ।

ସୂଚନାଥାଉ କି, ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅବରୋଧ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସ୍କୁଲ ଯିବାକୁ ମନା କରାଯାଇଛି । ଯଦି କୌଣସି ସମୟରେ ଅବରୋଧ ଅଞ୍ଚଳ ଘୋଷଣା କରାଯାଏ ତେବେ ସେହି ଅଞ୍ଚଳରେ ଥିବା ସ୍କୁଲକୁ ବନ୍ଦ କରାଯିବ । ସ୍କୁଲ ପରିସରରେ ସାଧାରଣ ସ୍ଥାନ ଗୁଡିକୁ ବାରମ୍ଭାର ସାନିଟାଇଜ୍ କରାଯିବ । ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ । ସ୍କୁଲ ପରିସରରେ କୌଣସି ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇ ନାହାନ୍ତି । ହଷ୍ଟେଲ ଖୋଲିବା ନେଇ ପରବର୍ତ୍ତି ସମୟରେ ରାଜ୍ୟ ସରକାର ଏସଓପି ଜାରି କରିବେ ।












Click it and Unblock the Notifications