ଦେଶ ପାଳୁଛି ବିଜୟ ଦିବସ: କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ୧୩ ଓଡ଼ିଆ ଯବାନ
ଆଜି ୨୪ ତମ କାରଗିଲ ବିଜୟ ଦିବସ। ଆମ ପାଇଁ ଗୌରବର ଦିନ। ୧୯୯୯ ମସିହ ଜୁଲାଇ ୨୬ ତାରିଖ କୋଉ ଭାରତୀୟ ଭୁଲି ପାରିବି। ଆମ ପାଇଁ ଏହି ଦିନ ଚିର ସ୍ମରଣୀୟ। ସବୁଠି ଶୁଭୁଥିଲା " ଭାରତ ମାତା କି ଜୟ " ର ଧ୍ଵନୀ। ଏହି ଦିନ ପାକ୍ ଅଧୀକୃତ କଶ୍ମୀରକୁ (POK) ନିଜ ଅକ୍ତିଆରକୁ ଆଣିଥିଲା ଭାରତ।
ଆମେ ସେନାବାହିନୀର ଅଦମ୍ୟ ସାହସ ଏବଂ ବୀରତ୍ଵ ଆଗରେ ହାର୍ ମାନିଥିଲା ପାକିସ୍ତାନ। ହେଲେ ଏହି ଯୁଦ୍ଧରେ ୫୨୭ ଭାରତୀୟ ଯବାନ ରାଷ୍ଟ୍ରର ସୁରକ୍ଷା ପାଇଁ ସହିଦ ହୋଇଥିଲେ।

ସହିଦ ହୋଇଥିବା ୫୦୦ ଭାରତୀୟଙ୍କ ମଧ୍ୟରୁ ଓଡ଼ିଶାର ୧୩ ଜଣ ବୀର ଯବାନ ସାମିଲ ଥିଲେ। କାରଗିଲ ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନମାନେ ହେଲେ ...
ମେଜର ପଦ୍ମପାଣି ଆଚାର୍ଯ୍ୟ, ଡ୍ରାଇଭର ଗୋପିନାଥ ମହାରଣା, ଫ୍ଲାଇଟ ଇଞ୍ଜିନିଅର ରାଜ କିଶୋର ସାହୁ, ଲାନ୍ସ ନାଏକ ରାମ କୁମାର ପ୍ରଧାନ, ନାଏକ ସଚିଦାନନ୍ଦ ମଲ୍ଲିକ, ମାନସ ରଞ୍ଜନ ସାହୁ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ସର୍ଜଣ୍ଟ ରାଜ କିଶୋର ସାହୁ, ଶ୍ରୀନିବାସ ପାତ୍ର, ସିଗ୍ନାଲ ମ୍ୟାନ ରାଜନ ସାହୁ, ଗଙ୍ଗାରାମ ଦାସ, ବୁଧୁ ରାମ, ନିରଞ୍ଜନ।
ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାରଗିଲ , ଡ୍ରାସ, ଟୋଲଲିଙ୍ଗ, ବତାଲିକ ଓ ତୁର୍ତ୍ତକ ସେକ୍ଟରରୁ ଲାଇନ ଅଫ କଣ୍ଟ୍ରୋଲର ଅପର ପଟକୁ ହଟାଇ ଦେଇଥିଲେ। ଜୁଲାଇ ୨୬, ୧୯୯୯ରେ ୭୩ ଦିନର ଯୁଦ୍ଧ ଶେଷ ହୋଇଥିଲା।
ଯୁଦ୍ଧରେ ମୋଟ୍ ୫୨୭ ସୈନିକ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡ ଅଫିସର, ୪୭୫ ଯବାନ ଥିଲେ। ୧୭୦୦ ପାଖାପାଖି ଆହତ ହୋଇଥିଲେ। ୧୮୦୦ ଫୁଟ ପାହାଡ଼ ଚଢ଼ି ମାତୃଭୂମିକୁ ମୁକ୍ତ କରିଥିଲେ ଭାରତୀୟ ବୀର ଯବାନ ।












Click it and Unblock the Notifications