ଆଜିଠୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ରାଜଧାନୀରେ ୫ ଲକ୍ଷ ଟିକାକରଣ ଟାର୍ଗେଟ
ଆଜିଠୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା । ଭାରତ ବାୟୋଟେକ୍ ଠାରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଭୁବନେଶ୍ୱରରେ ଏହି ଅଭିଯାନ ଚାଲିଛି।
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା । ଭାରତ ବାୟୋଟେକ୍ ଠାରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଭୁବନେଶ୍ୱରରେ ଏହି ଅଭିଯାନ ଚାଲିଛି।

ତେବେ ଆଜିଠୁ ପ୍ରତି ଟିକାଦାନ କେନ୍ଦ୍ରରେ ପ୍ରତିଦିନ ମାତ୍ର ୧୫୦ ଜଣଙ୍କୁ ଟିକାକରଣ କରାଯିବ । ଏଥିରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ମାତ୍ର ୧୦୦ ଜଣଙ୍କୁ ଟିକା ଦିଆଯିବ । ସେହିଭଳି ୪୫ ବର୍ଷରୁ ଅଧିକ ବୟସ୍କକଙ୍କ ମଧ୍ୟରେ ମାତ୍ର ୫୦ ଜଣଙ୍କୁ ଟିକାକରଣ କରାଯିବ । ସକାଳ ୮ରୁ ଦିନ ଗୋଟାଏ ଯାଏଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ଟିକା ଦିଆଯିବ। ନାଁ ପଞ୍ଜିକରଣ କରିଥିବା ବ୍ୟକ୍ତି କେଉଁ କେନ୍ଦ୍ରରେ ଟିକା ନେବେ ତାହାର ସବିଶେଷ ତଥ୍ୟ ସକାଳ ୧୦ଟା ମଧ୍ୟରେ ପଠାଇ ଦିଆଯିବ ବୋଲି ସୂଚନା ରହିଛି ।
ସେହିପରି ଟିକା ନେବାକୁ ଥିବା ବ୍ୟକ୍ତି ନିଜ ସହ ଆଧାରକାର୍ଡ ନେବା ବାଧ୍ୟତାମୂଳକ କରାଯାଇଛି । ତେବେ ଭୁବନେଶ୍ବରେ ଟିକା କରଣ ପାଇଁ ୨୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।
ଅପରପକ୍ଷେ ଟିକା କମ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିବ। ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ କରାଯିବ। ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।












Click it and Unblock the Notifications