ବ୍ରହ୍ମପୁରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ଗାଡିରେ ବସିଥିବା ଅବସ୍ଥାରେ ଦିଆଯାଉଛି ଟିକା
ଆଜି ବ୍ରହ୍ମପୁର ମହାନଗର ନିଗମରେ ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ସହରର ୧୩ ଟି ସ୍ଥାନ ଟିକାଦାନ କେନ୍ଦ୍ର କରାଯାଇଛି ।
ବ୍ରହ୍ମପୁର: ଆଜି ବ୍ରହ୍ମପୁର ମହାନଗର ନିଗମରେ ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି ସହରର ୧୩ ଟି ସ୍ଥାନ ଟିକାଦାନ କେନ୍ଦ୍ର କରାଯାଇଛି । ବିଭିନ୍ନ ସ୍କୁଲ ଏବଂ ଖେଳ ପଡିଆକୁ ଟିକା ଦାନ କେନ୍ଦ୍ର କରାଯାଇଛି ।

ଲୋକମାନଙ୍କୁ ସେମାନଙ୍କ ଗାଡି ଉପରେ ହିଁ ବସି ଟିକାକରଣ କରିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ସୂଚୀ ଦେଖି ପାଳି ଅନୁଯାୟୀ ଟିକା କେନ୍ଦ୍ରକୁ ଆସିବାକୁ ଅନୁରୋଧ କରିଛି ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ।












Click it and Unblock the Notifications