କାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍

କାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୩୦ ହଜାର ଥିବାବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ମତଦାନ ସାବ୍ଯସ୍ତ କରିବେ ।

ଏହି ପର୍ଯ୍ୟାୟରେ ୨୧ ପ୍ରତିଶତ ଯୁବ ଭୋଟର ଥିବାବେଳେ ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରୁ ମତଦାନ କରିଛନ୍ତି । ୬୪ ଜଣ ସାଂସଦ ପ୍ରାର୍ଥୀ ରହିଥିବାବେଳେ ୩୮୩ ବିଧାୟକ ପ୍ରାର୍ଥୀ ମୈଦାନରେ ପରସ୍ପରକୁ ଟକ୍କର ଦେଉଛନ୍ତି ।

୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଏହି ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ବି ନିର୍ବାଚନ ଅନୁଷ୍ଠିତ ହେବ।

Third phase election

ଏହି ପର୍ଯ୍ୟାୟରେ ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧ । ୨ ହଜାର ମଡେଲ ବୁଥ ରହିଛି । ସୁରକ୍ଷା ପାଇଁ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି । ଅନ୍ଧାରୀ ବିଜେ ରୋକିବାକୁ ସାଇଲେଣ୍ଟ ଆୱାର ଆରମ୍ଭ ହେବା କ୍ଷଣି ସବୁ ହୋଟେଲ, ଗେଷ୍ଟ ହାଉସ ଯାଞ୍ଚ ହେବ।
ଯେଭଳି କେହି ବାହାର ଲୋକ ରହିବନି । ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ କେନ୍ଦୁଝର ହିଂସା ସମ୍ପର୍କରେ ପ୍ରତିକ୍ରିୟା ରଖି ସିଇଓ କହିଛନ୍ତି, ସେଠାରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।

୬ ସଂସଦୀୟ କ୍ଷେତ୍ର ଓ ତତସଂଲଗ୍ନ ବିଧାନସଭା କ୍ଷେତ୍ରରୁ ମୋଟ ୨୬୩.୫୫ କୋଟି ଟଙ୍କାର ସିଜ ହୋଇଛି । ସେହିପରି କେବଳ ୬ଟି ସଂସଦୀୟ କ୍ଷେତ୍ରରୁ ମୋଟ ୧୨ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ୧୨ କୋଟି ୮୩ ଲକ୍ଷ ଟଙ୍କାର ମଦ ଜବତ ହୋଇଥିବାବେଳେ ରାଜ୍ଯରେ ମୋଟ ୮୭ କୋଟି ଜବତ ହୋଇଛି । ଭୁବନେଶ୍ୱରରୁ ୯.୬୬କୋଟି ଟଙ୍କା ଜବତ ହୋଇଥିବାବେଳେ ପୁରୀରୁ ୨.୮୨ ଲକ୍ଷ ଟଙ୍କା ଜବତ ହୋଇଛି ।

୬ଟି ଲୋକସଭା ପାଇଁ ମୈଦାନରେ ଅଛନ୍ତି ୬୪ ଜଣ ପ୍ରାର୍ଥୀ ଏବଂ ୪୨ ବିଧାନସଭା ଆସନରେ ୩୮୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ପ୍ରାର୍ଥୀ ଓ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଭୋଟ ଦେଇ ବଡ଼ ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+