ସ୍କୁଲରୁ ଚୋରି କଲେ କମ୍ପ୍ୟୁଟର: କଳାପଟାରେ ଲେଖିଲେ, “ଆମେ ପୁଣି ଆସିବୁ, ସ୍କୁଲ ପିଲା... ଧିରି ପାରିଲେ ଧର”
“ଇଟ୍ସ ମି.. ଧୁମ ଫୋର୍... କମିଙ୍ଗ ଶୂନ୍... । ଆମେ ପୁଣି ଆସିବୁ... ସ୍କୁଲ ପିଲା... ଧରିପାରିଲେ ଧର ।” ସକାଳୁ ସକାଳୁ ସ୍କୁଲ ଖୋଲିଲା ବେଳୁ କଳାପଟାରେ ଏମିତି କିଛି ଲେଖା ହୋଇଛି । ଆଉ ସ୍କୁଲରୁ ଗାଏବ ହୋଇଯାଇଛି କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ।
ନବରଙ୍ଗପୁର: "ଇଟ୍ସ ମି.. ଧୁମ ଫୋର୍... କମିଙ୍ଗ ଶୂନ୍... । ଆମେ ପୁଣି ଆସିବୁ... ସ୍କୁଲ ପିଲା... ଧରିପାରିଲେ ଧର ।" ସକାଳୁ ସକାଳୁ ସ୍କୁଲ ଖୋଲିଲା ବେଳୁ କଳାପଟାରେ ଏମିତି କିଛି ଲେଖା ହୋଇଛି । ଆଉ ସ୍କୁଲରୁ ଗାଏବ ହୋଇଯାଇଛି କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ । ଏମିତି କିଛି ଅଜବ୍ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ଶୁକ୍ରବାର ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିଲା । ହେଲେ ଶନିବାର ସ୍କୁଲ ଫାଟକ ଖୋଲିବା ପରେ ବିଦ୍ୟାଳୟର ମୁଖ୍ୟ କବାଟ ଚାବି ଭଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା । ଏମିତିକି ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ଦୁଇଟି ତାଲା ଭାଙ୍ଗି କମ୍ପ୍ୟୁଟର, ଜେରକ୍ସ ମେସିନ୍, ଏବଂ ସାଉଣ୍ଡ ବକ୍ସ ଆଦି ଅନେକ ସାମଗ୍ରୀ ଚୋରି ହୋଇଯାଇଥିଲା । ଆଉ ଚୋର ଚୋରି କରିବା ପରେ କଳାପଟାରେ ଏମିତି କିଛି ବାର୍ତ୍ତା ଲେଖି ଛାଡି ଯାଇଥିଲେ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଏହି ଚୋରି ସ୍କୁଲ ପିଲା କରିଛନ୍ତି ବୋଲି କଳାପଟାରେ ସେମାନ ଉଲ୍ଲେଖ କରିଛନ୍ତି । ଲେଖିଛନ୍ତି ସ୍କୁଲ ପିଲା... ଧିରିପାରିଲେ ଧର । ତେଣୁ ସେମାନେ ପୋଲିସକୁ ଧରିବାକୁ ଖୋଲାଖୋଲି ଆହ୍ୱାନ ଦେଇଛନ୍ତି । ଚୋରି ହୋଇଥିବା ଏହି କମ୍ପ୍ୟୁଟରରେ ସ୍କୁଲର ବିଭିନ୍ନ ତଥ୍ୟ, ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ତଥ୍ୟ ଥିଲା ।
ତେବେ ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅତୀତରେ ଏପରି ଭାବେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହନ ସ୍କୁଲ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ କମ୍ପ୍ୟୁଟର ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟ ହୋଇଥିଲା ।












Click it and Unblock the Notifications