ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର, କାବୁ କଲା ପୋଲିସ
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ଗତ ୨୬ ତାରିଖରେ ତାଙ୍କ ନୟାପଲ୍ଲୀସ୍ଥିତ ଏନ୍-୨୯ ଘରୁ ଚୋରି ହୋଇଥିବାବେଳେ ସୋମବାର ରାତିରେ ଏନ୍-୨୫ ଘରେ ପୁଣି ଚୋରି ଉଦ୍ୟମ ହୋଇଛି। କିନ୍ତୁ ଏଥର ଧରାପଡ଼ିଛି ଚୋର। ଝରକା ଭାଙ୍ଗି ଘରେ ପଶିବାବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହାପରେ ତାକୁ ପୁଲିସ ଜିମା ଦେଇଛନ୍ତି। ଚୋରକୁ ଗିରଫ କରି ପୁଲିସ ଅଧିକ ପଚରାଉଚରା ଜାରି ରଖିଛି। ତେବେ ପ୍ରଥମ ଚୋର ଏବଂ ଗତକାଲି ଧରା ପଡ଼ିଥିବା ଚୋର ଉଭୟ ଅଲଗା ବ୍ୟକ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ଭିଆଇପି କଲୋନୀସ୍ଥିତ ଏନ୍-୨୯ ବାସଭବନରୁ ୨୬ ତାରିଖରେ ଲୁଟ୍ ହୋଇଥିଲା। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଆଲମିରା ଲକର୍ ତାଡ଼ି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ନୟାପଲ୍ଲୀ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଗତକାଲି ରାତିରେ ପୁଣି ନିରଞ୍ଜନଙ୍କ ଅନ୍ୟ ଏକ ଘରେ ଚୋର ପଶିଛି।












Click it and Unblock the Notifications