ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ତଳ ମୁହାଁ ହେବ ପାରଦ; ସୂଚନା ଦେଲା ପାଣିପାଗ ବିଭାଗ

ରାଜ୍ୟରେ ଏବେ ଅନେକ ସ୍ଥାନରେ ଗରମ ଅନୁଭୂତ ହେବାରେ ଲାଗିଛି । ଫେବୃଆରୀ ମାସରେ ବି ଗ୍ରୀଷ୍ମର ଅନୁଭୂତ ହେଉଛି । ଯାହା ଫଳରେ ଏବେ ଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ, ପାଣି ପାଗ ବିଭାଗ ପକ୍ଷରୁ ଆଶ୍ବସ୍ତି କଲା ଭଳି ଏକ ଖବର ସାମ୍ନାକୁ ଆସିଛି ।

weather

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଧୀରେ ଧୀରେ ଖସିବ ପାରଦ । ରାଜ୍ୟରେ ୩ ରୁ ୪ ଦିନ ଭିତରେ ଧୀରେ ଧୀରେ ତାତି କମି ସ୍ଵାଭାବିକ ହେବ ତାପମାତ୍ରା । ଆଗାମୀ ୨୪ ଘଣ୍ଟା ଭିତରେ କୌଣସି ସ୍ଥାନରେ ଘନ କୁହୁଡି ରେକର୍ଡ କରାଯାଇ ନଥିବାବେଳେ, ଆଗାମୀ ୨ ଦିନ ଭିତରେ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା କୁହୁଡି ଦେଖିବାକୁ ମିଳିବ ।

ତେବେ ଗତ ୨୪ ଘଣ୍ଟାରେ ୩ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଝାରସୁଗୁଡ଼ାରେ ସର୍ବାଧିକ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ, ଅନୁଗୁଳ ଏବଂ ବଲାଙ୍ଗୀରରେ ୩୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+