ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି ବଡ ବର୍ଷା; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

rain

ପାଣିପାଗ ବିଭାଗ ମୁତାବକ ୨୦ ରୁ ୨୨ ତାରିଖ ଯାଏ କାଳେବଶାଖୀର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ପ୍ରଭାବରେ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ପ୍ରବେଶ କରିବ।

ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଃଚାପ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରଚୁର ଜଳୀୟବାଷ୍ପ ପ୍ରବେଶ ଏବଂ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ସହ, ଉପରି ଭାଗରେ ନିମ୍ନ ଚାପ ରେଖାର ଉପସ୍ଥିତି ହିଁ କାଳବୈଶାଖୀ ପାଇଁ ଅତ୍ୟନ୍ତ ଅନୁକୂଳ ହେବ ।

ଯାହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ପରେ ଝଡ଼ ପବନ ସାଙ୍ଗକୁ ବର୍ଷା କରାଇବ। ଏହାସହ ଉପରିଭାଗରେ ନିମ୍ନ ଚାପରେଖାର ଉପସ୍ଥିତି କାଳବୈଶାଖୀ ପାଇଁ ଅତ୍ୟନ୍ତ ଅନୁକୂଳ ହେବ। ଫଳରେ ୧୯ରେ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶର, ମୟୂରଭଞ୍ଜରେ ଝଡ଼ପବନ ସହ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ନିଂ ପାଣିପାଗ ବିଭାଗ ଜାରି କରିଛି।

ରବିବାର ରାତିରେ ନୟାଗଡ଼ ଜିଲା ଦଶପଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ ଅଚାନକ ପବନ ସାଙ୍ଗକୁ ମାଡି ଆସିଥିଲା କଳାହାଣ୍ଡିଆ ମେଘ। ତାପରେ ଛେଚିଲା ବର୍ଷା। ହେଲେ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଝଡ ତୋଫାନରେ ଉପୁଡି ପଡିଥିଲା ବଡ ବଡ ଗଛ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+