ଓଡ଼ିଶା ସୂଚନା କମିଶନରେ ହେବ ନାହିଁ ଗ୍ରୀଷ୍ମକାଳୀନ ଅବକାଶ
ଭୁବନେଶ୍ବର: ଓଡ଼ିଶା ସୂଚନା କମିଶନଙ୍କ ଏକ ବୈଠକରେ କମିଶନ ଏହା ସ୍ଥିର କରିଛନ୍ତି ଯେ, ଆଗାମୀ ଗ୍ରୀଷ୍ମକାଳୀନ ଅବକାଶ ବେଳେ ମାମଲାଗୁଡ଼ିକର ଶୁଣାଣି ଜାରି ରହିବ । ବିଗତ ବର୍ଷ ଗୁଡ଼ିକରେ ଯେତେବେଳେ ଉଚ୍ଚ ନ୍ୟାୟାଳୟମାନ ବନ୍ଦ ଥିଲା ଏବଂ ଆଇନଜୀବୀମାନେ ଛୁଟିରେ ରହିଥିଲେ, ସେତେବେଳେ ଏହି ଅବଧି ମଧ୍ୟରେ ମାମଲାଗୁଡ଼ିକର ଶୁଣାଣି ହେଉ ନ ଥିଲା ।
ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା କହିଛନ୍ତି ଯେ ସୂଚନା କମିଶନ ଏକ ପୂର୍ଣାଙ୍ଗ କୋର୍ଟ (ନ୍ୟାୟାଳୟ) ନୁହେଁ, ତେଣୁ ଗ୍ରୀଷ୍ମକାଳୀନ ଛୁଟି (ଅବକାଶ) ରହିବ ନାହିଁ । ଯେହେତୁ ସୂଚନା ଅଧିକାର ଅଧିନିୟମରେ ଥିବା ବ୍ୟବସ୍ଥାଗୁଡ଼ିକ ଅତ୍ୟନ୍ତ ସରଳ ତେଣୁ ଆବେଦନକାରୀଙ୍କୁ କୌଣସି ବୃତ୍ତିଗତ ଆଇନଜୀବୀଙ୍କ ସହାୟତା ନ ନେଇ ମଧ୍ୟ ନିଜ ଅଭିଯୋଗ କରି ପାରିବେ, ଏଣୁ ଶୁଣାଣି ବନ୍ଦ ହେବା ଉଚିତ ନୁହେଁ ।













Click it and Unblock the Notifications