ଆଉ ସର୍ଭେରେ ହେବନି ଭୁଲ ; ଶୁଭାରମ୍ଭ ହେଲା ଡିଜିଟାଲ ନକ୍ସା

ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ 'ନକ୍ସା'ର ଶୁଭାରମ୍ଭ ହୋଇଯାଇଛି । ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି । ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦଘାଟନ କରିଥିବାବେଳେ, ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଉଦଘାଟନ କରିଛନ୍ତି ।

Digital map
ଅତ୍ୟାଧୁନିକ ଜ୍ଞାନ କୌଶଳ ଯଥା ସାଟେଲାଇଟ୍‌ ମାଧ୍ୟମରେ ଛବି ଉତ୍ତୋଳନ, ଡ୍ରୋନ ସର୍ଭେ, ଭୂସ୍ଥାନିକ ସର୍ବେକ୍ଷଣ ଆଧାରରେ ସହରାଞ୍ଚଳର ଭୂମି ରେକର୍ଡକୁ ଆଧୁନିକୀକରଣ କରିବା ନିମନ୍ତେ ଏହା ଭାରତ ସରକାରଙ୍କର ଏକ ଅଭିନବ ପ୍ରୟାସ । ଏହାଦ୍ବାରା ସହରାଞ୍ଚଳର ଭୂମି ସମ୍ବନ୍ଧିତ ରେକର୍ଡକୁ ଠିକ୍ ଭାବେ ଡିଜିଟାଲ ପୋର୍ଟାଲରେ ଉପଲବ୍ଧ କରାଯାଇପାରିବ ଏବଂ ନିୟମିତ ଭାବେ ଅପଡେଟ୍ ମଧ୍ୟ କରାଯାଇପାରିବ ବୋଲି ମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ।

ସେହିପରି, ଏହି ସର୍ବେକ୍ଷଣ ଜମିଜମା ସମ୍ବନ୍ଧିତ ବିବାଦକୁ ସହଜରେ ଦୂର କରିବା ସହ ସହରାଞ୍ଚଳ ଜମିର ସଠିକ ମୂଲ୍ୟ ଆକଳନ ତଥା ଠିକ୍ ଭାବେ ଭୂମି କର ଆଦାୟ କରିବାରେ ସହାୟକ ହେବ । ଏହି ସର୍ଭେ ଦ୍ବାରା ସହରାଞ୍ଚଳର ସ୍ବଳ୍ପ ଜମିର ସନ୍ତୁଳିତ ଉପଯୋଗ, ନିୟମାବଳୀକୁ ଠିକ୍ ଭାବେ ଲାଗୁ କରିବା, ସ୍ଥାବର ସମ୍ପତ୍ତି ସମ୍ବନ୍ଧିତ ସେବା ପ୍ରଦାନ କରିବା, ପରିବହନ ତଥା ଅନ୍ୟାନ୍ୟ ଆପଦକାଳୀନ ସେବାକୁ ସୁଦୃଢ଼ କରିବା ସହ ସହରାଞ୍ଚଳର ନିରନ୍ତର ବିକାଶକୁ ସୁନିଶ୍ଚିତ କରାଯାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+