ଭୁବନେଶ୍ୱରରେ ହେବନି ଏଲିଭେଟେଡ୍ ମେଟ୍ରୋ, ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନେଇ ଯୋଜନା: ପୃଥ୍ୱୀରାଜ ହରିଚନ୍ଦନ
ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଜାରି କରିଛନ୍ତି।
ସେ କହିଛନ୍ତି, "ଭୁବନେଶ୍ୱରରେ ଏଲିଭେଟେଡ୍ ମେଟ୍ରୋ ହେବନି। ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନେଇ ଯୋଜନା ଚାଲିଛି। ନଗର ଉନ୍ନୟନ ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି।"

ଚନ୍ଦଶେଖରପୁରରେ ହେବ ଓଡ଼ିଶା ମଣ୍ଡପ। ୧୦ ହଜାର ଲୋକ ବସିବା କ୍ଷମତାର କନଭେନସନ ସେଣ୍ଟର ରହିବ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ମନା । ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧିରେ ମଦ ବାର୍ ନିଷେଧ କରାଗଲା । ବଡ଼ଦାଣ୍ଡର ଆଖପାଖ ଅଞ୍ଚଳରେ ମଧ୍ୟ ମଦ କି ଆମିଷ ବିକ୍ରି ହୋଇପାରିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଣିକି ଆଉ ପୁରୀ ଶ୍ରୀମନ୍ଦିର ଆଖାପାଖରେ ଆମିଷ ବିକ୍ରି ହେବ ନାହିଁ । ୨ କିଲୋମିଟର ଦୂରରେ ହିଁ ବିକ୍ରି ପାଇଁ ଅନୁମତି ମିଳିଛି । ସେହିପରି ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଦିନକୁ ଦିନ ନିଶା କାରବାର ବଢୁଥିବାବେଳେ ଅପରାଧିକ ମାମଲା ବି ବଢୁଛି ।
ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ୨ କିଲୋମିଟର ପରିଧିରେ ମଦ ବାର୍ ନିଷେଧ କରାଯାଇଛି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିୟମର ଉଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।












Click it and Unblock the Notifications