ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ହେବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯିବ। ପୁରୁଣା ଆଇନରେ ସଂଶୋଧନ କରାଯାଇ କଠୋର ଦଣ୍ଡ ବ୍ୟବସ୍ଥା ହେବ।

ଡଃ ପାଢ଼ୀ କହିଛନ୍ତି, ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି ଏବଂ କମିଟି ଆଇନ ପରିବର୍ତ୍ତନ ନେଇ ସରକାରଙ୍କୁ ସୁପାରିସ କରିବ। ସେ କହିଛନ୍ତି, କେବଳ ଜୈବିକ ଚାଉଳରେ କୋଠ ଭୋଗରେ ଅମୃତ ଅନ୍ନ ପ୍ରସ୍ତୁତ ହେବ। ଓଡ଼ିଆ ନବ ବର୍ଷରୁ ମହାପ୍ରଭୁଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ ହେବ । ଗୁଣ୍ଡିଚା ମନ୍ଦିର ପାଖରେ ସୂଚନା କେନ୍ଦ୍ର ରହିବ, LED ଡିସ୍‌ପ୍ଲେ ଲାଗିବ ବୋଲି ସେ କହିଛନ୍ତି ।

shreemandir

ଖ୍ୟ ପ୍ରଶାସକଙ୍କ କହିବା ଅନୁସାରେ, ରତ୍ନଭଣ୍ଡାରର ୫ଟି ବିମ୍‌ ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଯାଇଥିଲା । ଭିତର ଓ ବାହାର ରତ୍ନଭଣ୍ଡାରକୁ ସଂଯୋଗ କରୁଥିବା ବିମ୍‌ ନଷ୍ଟ ହୋଇଥିଲା । ମରାମତି ବେଳେ ଷ୍ଟେନଲେସ୍‌ ଷ୍ଟିଲ୍‌ର ବକ୍ସ ବିମ୍‌ ଲାଗିଛି । ଅକ୍ଷୟ ତୃତୀୟ ପୂର୍ବରୁ ରତ୍ନଭଣ୍ଡାର ମରାମତି ସାରିବା ଲକ୍ଷ୍ୟ ରଖାଯାଇଥିବା ନେଇ ସେ କହିଛନ୍ତି ।

ସେହିପରି ମହାପ୍ରଭୁଙ୍କ ଭିତର ଫଟୋ ଭାଇରାଲ୍‌ ରୋକିବାକୁ ପଦକ୍ଷେପ ନେବୁ ବୋଲି କହିଲେ ଅରବିନ୍ଦ ପାଢୀ । ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରି କଠୋର ଦଣ୍ଡ ବ୍ୟବସ୍ଥା ହେବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଗଠିତ କମିଟି ଆଇନ ପରିବର୍ତ୍ତନ ନେଇ ସରକାରଙ୍କୁ ସୁପାରିସ କରିବ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+