ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ହେବ ପରିବର୍ତ୍ତନ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ହେବ ପରିବର୍ତ୍ତନ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଛାତ୍ରୀଛାତ୍ର ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ।

ଛାତ୍ରୀଛାତ୍ରଙ୍କ ହିତ ଦୃଷ୍ଟିରୁ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ୱେବସାଇଟ ଆଉଥରେ ଖୋଲାଯାଇଛି। ଆସନ୍ତାବର୍ଷଠୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ୟ୍ୟାୟରେ ନାମଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଅଂଶଗ୍ରହଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିବା କହିଛନ୍ତି ମନ୍ତ୍ରୀ। ଦ୍ୱିତୀୟ ପର୍ୟ୍ୟାୟ ଆବେଦନ ପ୍ରକ୍ରିୟା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି। ଏହି ଆବେଦନ ପ୍ରକ୍ରିୟା ୨୬ ତାରିଖ ରାତି ୧୧ଟା ୪୫ ପର୍ୟ୍ୟନ୍ତ ଚାଲିବ। ଏଥିରେ କେଉଁମାନେ ଆବେଦନ କରିପାରିବେ ଏବଂ ଆବେଦନ କରିପାରିବେ ନାହିଁ ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ ଯେଉଁମାନେ ନାମଲେଖାଇ ସାରିଛନ୍ତି, ସେମାନେ ଦ୍ୱିତୀୟ ପର୍ୟ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଗାଇଡ଼ଲାଇନରେ ଉଲ୍ଲେଖ କରାଯାଇଥିଲା।












Click it and Unblock the Notifications