ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର, ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା

ଖଣ୍ଡଗିରିରୁ ଏମ୍ସ ଯାଏଁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ବୁଧବାର ବସିଥିବା ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଏ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଖଣ୍ଡଗିରିରୁ କଳିଙ୍ଗନଗର ଛକ ଯାଏଁ ଏନଏଚ ଦୁଇ କଡରେ ୩ ଲେନ୍ ଲେଖାଏଁ ସର୍ଭିସ ରୋଡ଼ କରିବାକୁ ଏନଏଚ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

Prithviraj Harichandan

୩ ଲେନ୍ ସର୍ଭିସ୍ ରୋଡ଼ ହେବା ପରେ ଗୋଟିଏ ଲେନ୍ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ । ଫଳରେ ଖଣ୍ଡଗିରି ଛକ ଅତିକ୍ରମ କରିବା ପରେ ଜଣେ ସିଧାସଳଖ ଏମ୍ସରେ ପହଞ୍ଚିପାରିବ । ସମସ୍ତ ବଡ଼ ମେଡିକାଲକୁ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର କରିଡର ହେବା କଥା । ଏମ୍ସକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ପାଇଁ ଏମ୍ସ ନିର୍ଦ୍ଦେଶକଙ୍କ ଅନୁରୋଧ ଥିଲା । ଏନେଇ ବସିଥିବା ସମୀକ୍ଷା ବୈଠକରେ ଆଲୋଚନା ହେବା ପରେ ଏନଏଚ କର୍ତ୍ତୃପକ୍ଷ ସମ୍ମତି ଦେଇଛନ୍ତି ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+