ଶ୍ରୀମନ୍ଦିର ମହାପ୍ରସାଦ ଦର ଉପରେ ଲାଗିବ ନିୟନ୍ତ୍ରଣ ; ମନ୍ତ୍ରୀ ଦେଲେ ବଡ ସୂଚନା
ଖୁବ୍ ଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦର ଦର ନିୟନ୍ତ୍ରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରେଟ୍ ଚାର୍ଟ କଥା ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ଭକ୍ତ ମାନେ ଯେପରି କମ୍ ଦାମରେ ମହାପ୍ରସାଦ କିଣିପାରିବେ, ସେନେଇ ଗମ୍ଭୀରତାର ସହ ଚିନ୍ତା କରାଯାଉଥିବା । ଅବଢାର ଅହେତୁକ ଦରବୃଦ୍ଧିକୁ ନେଇ ଗତକାଲି ବିଧାନସଭାରେ ପ୍ରଶ୍ନ କରିଥିଲେ ପୁରୀ ବିଧାୟକ ସୁନୀଲ ମହାନ୍ତି। ଅବଢାର ରେଟ୍ ଚାର୍ଟ କଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ କୁହାଯିବା ପରେ ଯେଉଁ ସମସ୍ୟା ହୋଇଛି, କିଭଳି ସେଥିରେ ସମତୁଲତା ଆସିବ ଏବଂ ମହାପ୍ରସାଦ ଦର ଠିକ୍ ଠାକ୍ ରହିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।












Click it and Unblock the Notifications