ରାଜ୍ୟରେ ଏହି ୭ ଲୋକସଭା ଆସନରେ ହେବ ମହା ଲଢେଇ, ମୁହାଁମୁହିଁ ହେବେ ହେଭିୱେଟ
୨୪ ସାଧାରଣ ନିର୍ବାଚନ ପାଇଁ ସରଗରମ ହେଲାଣି ରାଜ୍ୟ ରାଜନୀତି। କିଏ ଗଢ଼ିବ ସରକାର ? କାହାକୁ ଭରସା କରିବେ ରାଜ୍ୟର ଭୋଟର । ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚିନ୍ତାରେ ସାଧାରଣ ଭୋଟରଙ୍କ ଠାରୁ ଆରମ୍ଭ କରି ରାଜ୍ୟର ପ୍ରଭାବ ଶାଳୀ ନେତା ପର୍ଯ୍ୟନ୍ତ । ଗୋଟାଏ ପେଟ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ନିର୍ବାଚନ ତାରିଖ ଦେଖି ପ୍ରସ୍ତୁତ ବି ହେଉଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି , ବିଜେପି ଓ କଂଗ୍ରେସ । ସବୁଠାରୁ ବଡ଼ କଥା ହେଉଛି କି ଚଳିତ ବର୍ଷ ନିର୍ବାଚନରେ ନିଜ ଦଳର ନେତାଙ୍କ ଅପେକ୍ଷା ଆମ ଦାନି ନେତାଙ୍କ ଉପରେ ବେଶୀ ବିଶ୍ୱାସ କରୁଛନ୍ତି ଦୁଇ ପ୍ରମୁଖ ଦଳ । ଏହାକୁ ଦେଖି ଦଳ ଅଦଳ ବଦଳ ବି ଏଥର ସମସ୍ତ ରେକର୍ଡ ଭାଙ୍ଗିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଏହାରି ଭିତରେ ସବୁଠାରୁ ରୋଚକ କଥା ହେଉଛି ରାଜ୍ୟରେ ହେବ ମହା ଲଢେଇ । ବିଜେଡି ସହ ବିଜେପିର ହେବ କଡା ଟକ୍କର । ଏଥି ପାଇଁ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ତିନି ଦଳ ନିଜ ନିଜର ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରୁଛନ୍ତି । ବିଜେଡି ଓ ବିଜେପି ନିର୍ବାଚନ ପାଇଁ ଫୁଲ ଦମରେ ଲାଗୁଥିଲେ ମଧ୍ୟ କଂଗ୍ରେସ ବି ପଛରେ ପଡ଼ିନାହିଁ ।
ବିଜେଡି ନବୀନଙ୍କ ଚେହେରାକୁ ପ୍ରମୁଖ ଅସ୍ତ୍ର କରିଥିବା ବେଳେ ବିଜେପି ମୋଦୀଙ୍କ ଗ୍ୟାରେଣ୍ଟି ମୁଖ୍ୟ ଢାଲ କରିଛି । ସବୁଠାରୁ ବଡ କଥା ହେଲା ଏହି ସାଧାରଣ ନିର୍ବାଚନରେ ସାତଟି ଲୋକସଭା ଆସନରେ ହେବ ମୁହା ଲଢେଇ । ଦଳର ହେଭିୱେଟ ନେତାଙ୍କୁ ମଇଦାନକୁ ଛାଡିଛନ୍ତି ଦୁଇ ଦଳ ବିଜେଡି ଓ ବିଜେପି। ଯଦି ଆମେ କହିବା ଭୁବନେଶ୍ୱର ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ଏଥର ସାଂସଦ ଅପରାଜିତାଙ୍କୁ ପ୍ରାର୍ଥୀ କରିଥିବାବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି କଂଗ୍ରେସ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଟିକେଟ ଦେଇଛି । ଗୋଟାଏ ପେଟ ଅପରାଜିତାଙ୍କ ଲୋକପ୍ରିୟତା ଓ ରାଜନୀତିରେ ବେଶ ସକ୍ରିୟ ହୋଇଥିବା ବେଳେ ମନ୍ମଥ କିନ୍ତୁ ରାଜନୀତିରେ ନୂଆ । ତେବେ ଉଭୟ ନିର୍ବାଚନରେ ବିଜୟ ପାଇଁ ଫୁଲ ଦମରେ ଲାଗିଥିବା ଦେଖିବାକୁ ମିଳୁଛି । ସେହିପରି ବ୍ରହ୍ମପୁର ଲୋକସଭା ଆସନରେ ମଧ୍ୟ ମହା ସଂଘର୍ଷ ଦେଖିବାକୁ ମିଳିବ । ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥ କରିଛି । ଉଭୟ ନେତାଙ୍କର ବ୍ରହ୍ମପୁର ରାଜନୀତିରେ ବେଶ ପତିଆରା ରହିଛି । ତେବେ ଦୁଇ ନେତାଙ୍କୁ ନେଇ ବେଶ ସରଗରମ ବ୍ରହ୍ମପୁର ଲୋକସଭା କ୍ଷେତ୍ର ।
ସେପଟେ ପୁରୀ ଲୋକସଭା ଆସନରେ ମଧ୍ୟ ଦେଖିବାକୁ ମିଳିଛି ଦୁଇ ଅଭିଜ୍ଞ ରାଜନେତାଙ୍କୁ । ଗୋଟାଏ ପେଟ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ହୋଇଥିବା ବେଳେ ବିଜେଡି ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଛି । ଦୁଇ ନେତାଙ୍କୁ ନେଇ ପୁରୀ ପ୍ରଚାର ମଇଦାନ ବେଶ କମ୍ପୁଛି । ସେହିପରି କେନ୍ଦ୍ରାପଡ଼ା ଲୋକସଭାରେ ମଧ୍ୟ ଏଥର କଡା ଟକ୍କର ଦେଖିବାକୁ ମିଳିବ । ବିଜେପିର ହେବିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡ଼ି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଉଭୟଙ୍କ କେନ୍ଦ୍ରାପଡ଼ାରେ ବେଶ ଦବଦବା ରହିଛି । ସେହିପରି ଯଦି ଆମେ ବାଲେଶ୍ଵର କଥା କହିବା ସେଠାରେ ଏବେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ବିଜେପି ପ୍ରାର୍ଥୀ କରିଛି । ପ୍ରତାପଙ୍କ ମଧ୍ୟ ସେଠାରେ ଦବଦବା ରହିଛି । ବିଜେଡି ମଧ୍ୟ ବାଲେଶ୍ବରରେ ଜଣେ ଓଡ଼ିଶା ରାଜନୀତିରେ ବିଚକ୍ଷଣ ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି ।
କିନ୍ତୁ ରାଜ୍ୟର ସବୁଠାରୁ ଏବେ ଚର୍ଚ୍ଚା ରହିଥିବା ଆସନ ହେଉଛି ସମ୍ବଲପୁର । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି । ରାଜ୍ୟ ରାଜନୀତିରେ ଏବେ ଏହି ଲୋକସଭା ଆସନ ଉପରେ ସମସ୍ତଙ୍କର ନଜର । ରାଜ୍ୟର ଦୁଇ ହେଭିୱେଟ ନେତା ଏବେ ସମ୍ବଲପୁରରେ ମୁହାଁମୁହିଁ ହେବେ। ଯାହାକୁ ନେଇ ସମ୍ବଲପୁର ରାଜନୀତି ବେଶ ସରଗରମ।ସେହିପରି ଭଦ୍ରକରେ ବି ଏଥର ଦେଖିବାକୁ ମିଳିବା ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର । ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ଅଭିମନ୍ୟୁ ସେଠୀଙ୍କୁ ଟିକେଟ ଦେଇଛି ।












Click it and Unblock the Notifications