ଜାନୁଆରୀରୁ ରାଜ୍ୟରେ ହେବ ମହା ଲଢ଼େଇ, ଶାସକକୁ ଘେରିବା ଲାଗି ବିରୋଧୀଙ୍କ ତୟାର ସ୍ୱତନ୍ତ୍ର ରଣନୀତି
ଭୁବନେଶ୍ୱର:ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ହାତ ଗଣତି ଦିନ ବାକି ରହିଥିବା ବେଳେ ରାଜ୍ୟ ରାଜନୈତିକ ମାହୋଲ ଏବେ ବଦଳିବାରେ ଲାଗିଛି । ଆସନ୍ତା ନିର୍ବାଚନରେ ବିଶେଷ କରି ବିରୋଧୀ ଦଳ ବଜେପି ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଦେଶରେ ହୋଇଥିବା ୫ଟି ରାଜ୍ୟର ନର୍ବାଚନରେ ବିଜେପିର ମହା ବିପୁଳ ବିଜୟ ପରେ ଏହା ଓଡ଼ିଶା ବିଜେପି ଉପରେ କିଭଳି ପ୍ରଭାବ ପକାଇବ ତାହା ଦେଖିବା ପାଇଁ ରାଜ୍ୟ ବାସୀ ଅନାଇ ବସିଛନ୍ତି ।
ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ୨୪ ସାଧାରଣ ନିର୍ବାଚନ ନେଇ ଦଳ ଓଡ଼ିଶା ପାଇଁ ରଣନୀତି ପ୍ରସ୍ତୁତ କରିଥିବା କହିଥିଲେ ବିଜେପିର ବରିଷ୍ଟ ନେତା ଜୟ ନରାୟଣ ମିଶ୍ର । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ୨୧ଟି ଲୋକସଭା ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଥବା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି କହିଛନ୍ତି ।

ଜାନୁଆରୀ ମାସରୁ ବିଜେଡି ସରକାର ବିରୋଧରେ ଲଢ଼େଇ ଜୋରଦାର କରାଯିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଦଳୀୟ ନେତାମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ସଙ୍କେତ ଦେଇଛନ୍ତି । ସେ ଆହୁରି କହିଛନ୍ତି, ପୁରୀ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାର ଖୋଲିବା, ଶ୍ରୀମନ୍ଦିରରେ ୟୁଟ୍ୟୁବର କାମିଆ ଜାନୀଙ୍କ ବିବାଦୀୟ ପ୍ରବେଶ, ମଦ ବ୍ୟବସାୟୀଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ, ମହିଳାଙ୍କ ଉପରେ ଅତ୍ୟାଚାର ଓ ଖଣି ଦୁର୍ନୀତି ଆଦି କଥା କହି ବିଜେଡି ସରକାରକୁ ଘେରାଯିବ ।
ଏହା ସହ ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବେ ବୋଲି ସୁଚନା ଦେଇଛନ୍ତି ଜୟନରାୟଣ । ମୋଦିଙ୍କ ଗସ୍ତ ସହ ରାଜ୍ୟସରକାରଙ୍କ ବିରୋଧରେ ସଂଘର୍ଷକୁ ଶାଣିତ କରାଯିବ ବୋଲି ଇଶାରା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେହିପରି ପ୍ରାର୍ଥୀ ଚୟନ କ୍ଷେତ୍ରରେ ଜୟନାରାୟଣ କହିଛନ୍ତି , ଟିକେଟ ବଣ୍ଟନ ପାଇଁ ଆମର ପ୍ରମୁଖ ମାପଦଣ୍ଡ ହେଉଛି ଯିଏ ଦଳ ପାଇଁ ସମର୍ପିତ ଥିବ, ସମାଜ ପ୍ରତି ସମର୍ପିତ ଥିବ, ତା ନାଁରେ ବିଶେଷ କିଛି ଅଭିଯୋଗ ନଥିବ, ଜିତିବାର କ୍ଷମତା ରଖିଥିବ ସେଇଭଳି ଲୋକଙ୍କୁ ଟିକେଟ ଦିଆଯିବ ।












Click it and Unblock the Notifications