ଶ୍ରୀମନ୍ଦିର ଆଇନରେ ହେବ ବଡ଼ ପରିବର୍ତ୍ତନ,ସରକାରଙ୍କୁ ଦିଆଯିବ ଏହି ୪ଟି ପ୍ରସ୍ତାବ
ସରିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯିବ । ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ରାଜ୍ୟ ସରକାରଙ୍କୁ ୪ଟି ପ୍ରସ୍ତାବ ଦେବା ଲାଗି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ। ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।
ଶ୍ରୀ ପାଢ଼ୀ କହିଛନ୍ତି, କୌଣସି ବ୍ୟକ୍ତି ମୋବାଇଲ ଫୋନ୍ ଜାଣତରେ ବ୍ୟବହାର କରୁଛନ୍ତି ତେବେ ଦଣ୍ଡବିଧାନର ପ୍ରସ୍ତାବ ରହିବ। ବର୍ତ୍ତମାନ ଏହା ୧୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ଦ୍ୱିତୀୟ ପ୍ରସଙ୍ଗ ହେଲା ହେଉଛି କୌଣସି ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ କେହିବି କ୍ଷୁର୍ଣ୍ନ କରିବେନି। ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କରିବେନି।

ଯଦି ଏଭଳି ହୁଏ କଠୋର ଦଣ୍ଡବିଧାନ ହେବ ଏବଂ ଗିରଫ ପରୱାନା ୭ ବର୍ଷ ପର୍ଯ୍ୟନ୍ତ ପାଇଁ ହୋଇପାରେ। ତୃତୀୟ ବିନ୍ଦୁ ହେଉଛି ଅନଧିକୃତ ଭାବେ ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡାଇଲେ କଠୋର ଦଣ୍ଡବିଧାନ ସହ ଏନ୍ବିଡବ୍ଲ୍ୟୁ। ଚତୁର୍ଥ ବିନ୍ଦୁ ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୫୫ ଅର୍ନଗତ ଦଣ୍ଡବିଧାନ ହୋଇପାରିବ। ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରିବ।












Click it and Unblock the Notifications