‘ଆଗାମୀ ୫ ବର୍ଷ ମଧ୍ୟରେ ୫୦ ବର୍ଷର ବିକାଶ ହେବ'
ଭୁବନେଶ୍ୱର: ଦୀର୍ଘ ୨୪ବର୍ଷ ପରେ ଶାସନର ପରିବର୍ତ୍ତନ ହୋଇଛି । ଯେଉଁଭଳି ଭାବରେ ଓଡ଼ିଶାର ବିକାଶ ହେବା କଥା ଲୋକଙ୍କ ପାଖରେ ସେବା ପହଂଚିବା କଥା ଲୋକମାନଙ୍କୁ ସାମାଜିକ ନ୍ୟାୟ ମିଳିବା କଥା ମିଳିପାରିଲା ନାହିଁ ବୋଲି କହିଛନ୍ତି ମୁଖ୍ରମନ୍ତ୍ର ମୋହାନ ଚରଣ ମାଝି । ଲୋକଙ୍କ ଏହି ଭଲପାଇବା ବିଷୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଗତ ୨୪ ବର୍ଷ ଭିତରେ ଲୋକମାନେ ସେମାନଙ୍କ ସୁବିଧା ଅସୁବିଧା ସରକାରଙ୍କୁ ଜଣାଇବାକୁ ସୁଯୋଗ ପାଉନଥିଲେ ।
ସେମାନଙ୍କୁ ଯେଉଁ ନ୍ୟାୟ ମିଳିବା କଥା ତାହା ମିଳୁ ନଥିଲା । ମୁଁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଖ୍ୟମନ୍ତ୍ରୀ ହୋଇଛି । ତଳ ସ୍ତରର ସମସ୍ୟା କଣ ରହିଛି ସେ ବିଷୟରେ ଭଲ ଭାବରେ ଜାଣିଛି । ଲୋକଙ୍କ ସହ ଭଲରେ ମିଶିଲେ ଯାଇ ତଳ ସ୍ତରର ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ । ତେଣୁ ଲୋକମାନେ ତାଙ୍କ ସ୍ୱଇଚ୍ଛାରେ ମୁଖ୍ରମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସୁଛନ୍ତି । ଲୋକମାନେ ବିକାଶ ଚାହୁଁ ଥିଲେ, ସେବା ଚାହୁଁ ଥିଲେ, ତେଣୁ ସେମାନେ ପରିବର୍ତ୍ତନ ଆଣିଲେ ।

ଏ ସରକାର ହେଉଛି ଲୋକଙ୍କ ସରକାର, ମଚଖ୍ରମନ୍ତ୍ରୀ ମଧ୍ୟ ଲୋକଙ୍କ ମୁଖ୍ରମନ୍ତ୍ରୀ । ଏବେ ଲୋକମାନେ ଚାହୁଁଛନ୍ତି ମୁଖ୍ରମନ୍ତ୍ରୀ ଆମର, ମୁଖ୍ୟମନ୍ତ୍ରୀ ଆମକୁ ଦେଖାଦେବା ଦରକାର । ଲୋକମାନେ ଏଠାକୁ ଆସୁଛନ୍ତି ମୁଖ୍ରମନ୍ତ୍ରୀଙ୍କୁ ଟିକେ ଭେଟିବା, କଥା ହେବା ଓ ଗୋଟେ ନୂଆ ଓଡିଶା ଗଢିବାର ଆଶା ନେଇ । ଲୋକମାନଙ୍କ ସହଯୋଗରେ ଆଗାମୀ ୫ ବର୍ଷ ମଧ୍ୟ ରେ ଲୋକଙ୍କ ୫୦ ବର୍ଷର ସମସ୍ୟା ସମାଧାନ ସହିତ ସେମାନଙ୍କ ବିକାଶର ସ୍ୱପ୍ନ ମଧ୍ୟ ନିଶ୍ଚିତ ରୂପେ ପୂରଣ ହେବ ବୋଲି ମୁଖ୍ଯମନ୍ତ୍ରୀ ଦୃଢତାର ସହ କହିଛନ୍ତି ।












Click it and Unblock the Notifications