Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀଙ୍କୁ ଲୋକସଭାରେ ଆକ୍ରମଣ ଷଡ଼ଯନ୍ତ୍ର ଥିଲା କହିଲେ ବାଚସ୍ପତି, ନ ଆସିବାକୁ କହିଥିଲି

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଭଳି କିଛି ବିସ୍ଫୋରକ ବୟାନ ଗୃହରେ ରଖିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଆଜି ବାରମ୍ବାର ଗୃହ ମୁଲତବୀ ହେବା ପରେ ଦିନ ୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ବି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ପୁଣି ୩ଟା ଯାଏଁ ମୁଲତବୀ କରାଯାଇଥିଲା । ପରେ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି କହିଛନ୍ତି ଯେ ଗତକାଲି ଗୃହରେ କିଛି ବିରୋଧୀ କଂଗ୍ରେସ ସଦସ୍ୟମାନେ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଲେ ତାହା ସଂସଦର ଗରିମାକୁ କ୍ଷୁର୍ଣ୍ଣ କରିଛି ।

MODI

ବିଶେଷ ସୂତ୍ରରୁ ତାଙ୍କୁ ଖବର ମିଳିଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ହୋଇଥିଲା, ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ନଆସିବାକୁ ଅନୁରୋଧ କରିଥିଲେ । ଗୃହର ସଭାପତି ହୋଇଥିବାରୁ ଏହା କରିବା ତାଙ୍କ କର୍ତ୍ତବ୍ୟ ଥିଲା । ଯଦି ଏପରି ଘଟଣା ଘଟିଯାଇଥାନ୍ତା, ତେବେ ଅତ୍ୟନ୍ତ ଲଜ୍ଜାଜନକ ହୋଇଥାନ୍ତା, ଦେଶର ଲୋକତନ୍ତ୍ର ପରମ୍ପରାକୁ ଛାରଖାର କରିଥାନ୍ତି । ଏଭଳି ନହେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଯେ ଗୃହକୁ ନଆସିବାକୁ ।

ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ଅନୁରୋଧକୁ ରକ୍ଷା କରିଥିଲେ ଏବଂ ଗୃହକୁ ଆସିନଥିଲେ । ଏଥିପାଇଁ ବାଚସ୍ପତି ଓମ୍‌ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି କିଭଳି ଭାବେ କଂଗ୍ରେସ ମହିଳା ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ସିଟ୍‌ କୁ ଘେରି ରହିଥିଲେ, ତାହା ପୁରା ଦେଶବାସୀ ଦେଖିଛନ୍ତି । ଗୃହରେ ପେପର ଚିରିବା, ଫିଙ୍ଗିବା, ଏବଂ ବିକ୍ଷୋଭ କରିବ ଓ ପୋଷ୍ଟର ଦେଖାଇବା ଚଳିବ ନାହିଁ ବୋଲି ବାଚସ୍ପତି ସିଧାସଳଖ କହିଛନ୍ତି । ଏଭଳି କରିଲେ ଗୃହ କେବେ ବି ଚାଲି ପାରିବ ନାହିଁ, ଆଜି ନୁହେଁ କି କାଲି ବି ନୁହେଁ । ଏହା ପରେ ଗୃହ କାର୍ଯ୍ୟକୁ ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+