ରାତିରେ ଲାଗିଲା ବ୍ରେକ; ରାଜ୍ୟରେ କେତେକ ସ୍ଥାନ କାଳବୈଶାଖୀ ସହ ଝିପିଝିପି ବର୍ଷା, ୬ ଜିଲ୍ଲାକୁ ସତର୍କ ସୂଚନା ଜାରି
ଆଜି ବି ରାଜ୍ୟରେ ଜାରି ରହିଥିଲା ଗ୍ରୀଷ୍ମ ପ୍ରବାହ। କିନ୍ତୁ ହଠାତ୍ ପାଗରେ ହୋଇଥିଲା ପରିବର୍ତ୍ତନ । ଆଉ ଚାହୁଁ ଚାହୁଁ ଘୋଟି ଆସିଲା କାଳବୈଶାଖୀ। ଯାହା ଫଳରେଖରା ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ। ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହେଉଛି ।

ସେହିପରି କଟକରେ ହଠାତ ବଦଳିଗଲା ପାଣିପାଗ । କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ଝିପିଝିପି ବର୍ଷା ସହ ବହିବାର ଲାଗିଛି ପବନ । ବର୍ଷା ପାଇଁ ପାଣିପାଗରେ ପରିବର୍ତ୍ତନ ହୋଇଛି । ପ୍ରବଳ ତାତିରୁ ଆଶ୍ୱସ୍ତି ପାଇଛନ୍ତି ଲୋକ ।
ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉକ୍ତ ୬ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ। ଏସବୁ ଜିଲ୍ଲାର କିଛି ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହୋଇପାରେ। ଗତ କିଛି ଦିନ ହେବ ରାଜ୍ୟରେ ହିଟୱେଭ୍ ଜାରି ରହିଥିଲା ଏବେ କାଳବୈଶାଖୀ ବର୍ଷା ତାତିରୁ ଆଶ୍ୱସ୍ତି ଆଣି ଦେଇଛି।












Click it and Unblock the Notifications