ଅସମ୍ଭବ ବୋଲି କିଛି ଡିକ୍ସିନାରୀରେ ନାହିଁ, ସବୁ କିଛି ସମ୍ଭବ ; ମନମୋହନ ସାମଲ

ବିଜେପି ରାଜ୍ୟ ସଭାପତି ହେବା ପରେ ମନମୋହନ ସାମଲ କହିଛନ୍ତି ଯେ, ସାଇନବୋର୍ଡ ପାର୍ଟୀରୁ ସରକାରରେ ପହଞ୍ଚିଲୁ। ଜଣେ ସାଧାରଣ କର୍ମକର୍ତ୍ତା ବି ବଡ଼ ଦାୟିତ୍ୱ ନେଇପାରେ।ଆପଣଙ୍କ ପରିଶ୍ରମ ପାଇଁ ଆଜି ସରକାର ଗଠନ ହୋଇଛି। କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏକାକୀ ଗଠନ କଲୁ।

Manmohan Samal

ସେ ଆହୁରି କହିଛନ୍ତି ଯେ, ମୋତେ ମିଳିଥିବା ଦାୟିତ୍ୱ ସବୁ କାର୍ଯ୍ୟକାର୍ତ୍ତାଙ୍କ ଦାୟିତ୍ୱ।'ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ': ୭୫ ହଜାର କିମି ରାସ୍ତା ନିର୍ମାଣ ସଂକଳ୍ପ ନେଇଛୁ। ଆମେ ଶୋଇବାନି କି ଶୋଇବାକୁ ଦେବାନି। ଓଡ଼ିଶାର ସବୁ ସମସ୍ୟାର ସମାଧାନ କରିବା।

ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ ବୋଲି ମନମୋହନ ସାମଲ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୧ଟି ପ୍ରତିଶ୍ରୁତିରୁ ୧୧ଟି କାମ ପୂରଣ କରିଛୁ। ୨୦୩୬, ୨୦୪୭ ବି ବିଜେପି ସରକାର। ଓଡ଼ିଶାରେ ଲମ୍ବା ସମୟ ଶାସନ କରିବୁ ଦ୍ୱନ୍ଦ୍ୱ ନାହିଁ।

ମନମୋହନ ସାମଲ ଆହୁରି କହିଛନ୍ତି ଯେ, ବିଜେପି ଲମ୍ୱା ସମୟ ଖେଳିବ। ଆମେ ଟିମ୍ ୱର୍କ ସହ କାମ କରିବା। ସାଧାରଣ ଲୋକ ଦାୟିତ୍ଵ ଦେଇଛନ୍ତି ଆମେ ଲୋକଙ୍କ ସମସ୍ୟାର ସମାଧାନ କରିବା।

ସଂକଳ୍ପ ନେବା ଆମକୁ ଶତ୍ରୁ କେହି ଛୁଇଁ ପାରିବେ ନାହିଁ। ବିରୋଧୀ ଦଳ ଭାବେ ଲମ୍ବା ଧାର୍ଯ୍ୟ ଥିଲା ଶାସକ ଭାବେ ଧାର୍ଯ୍ୟ ର ସହ କାମ କରିବା। ଦାୟିତ୍ଵ ସରିନି ଦାୟିତ୍ଵ ଆରମ୍ଭ ହୋଇଛି। ସବୁ ଗାଁ କୁ ଯିବା ସବୁ ସମସ୍ୟାର ସମାଧାନ କରିବା। ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ବିଶ୍ୱାସ ଦେଉଛି ଦଳ ସରକାରଙ୍କ ପଛରେ ଖୁଣ୍ଟ ଭଳି ଛିଡା ହେବ। ଆମେ ଏକ ହୋଇ କାମ କରିବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+