ହସ୍ପିଟାଲରେ ବେଡ୍ ଅକ୍ତିଆର କରନ୍ତୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଆବଶ୍ୟକ ନଥିଲେ ହସ୍ପିଟାଲରେ ବେଡ୍ ଅକ୍ତିଆର କରି ରଖନ୍ତୁ ନାହିଁ
ଭୁବନେଶ୍ୱର: ରାଜ୍ୟରେ ରେମଡେସିଭର ଇଞ୍ଜେକ୍ସନର ଅଭାବ ଦେଖାଦେଇଛି। ଏପ୍ରିଲ ଶେଷ ସପ୍ତାହରେ କେନ୍ଦ୍ର ସରକାର 21 ହଜାର ଟିକା ପଠାଇବାର ଥିଲା। ସୋମବାର ଦରକାର ଥିଲା 2 ହଜାର ରେମଡେସିଭର ଇଂଞ୍ଜକ୍ସନ୍। ଏନେଇ 92ଟି ଟିକା କେନ୍ଦ୍ରରୁ ସୂଚନା ମିଳିଛି।
ଘରୋଇ ଔଷଧ ଦୋକାନକୁ ଏହି ଇଞ୍ଜେକ୍ସନ୍ ରଖିବାକୁ ଅନୁମତି ଦିଆଯାଇ ନାହିଁ।

ସେହିପରି ରେମଡିସିଭର ମେଡିସିନ୍ ରାମବାଣ ନୁହେଁ। ଏହି ମେଡିସିନ୍ କେବଳ ସିରିୟସ ରୋଗୀଙ୍କୁ ଦିଆଯାଏ। ମାତ୍ର କିଛି ଲୋକ ରେମଡିସିଭର କିଣି ଘରେ ରଖି କୃତ୍ତିମ ଅଭାବ ସୃଷ୍ଟି କରୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଆବଶ୍ୟକ ନଥିଲେ ହସ୍ପିଟାଲରେ ବେଡ୍ ଅକ୍ତିଆର କରି ରଖନ୍ତୁ ନାହିଁ। ବେଡର ଅଭାବ ନାହିଁ ଏବଂ ଆଗକୁ 4ଟି ଲେଖାଏଁ ଜିଲ୍ଲାକୁ ମିଶାଇ ଗୋଟିଏ କ୍ଲଷ୍ଟର କରାଯିବ ଓ ସେହି ଜିଲ୍ଲା ଭିତରେ ହିଁ ରୋଗୀଙ୍କୁ ବେଡ ଯୋଗାଇଦିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି।












Click it and Unblock the Notifications