ବାଂଲାଦେଶୀ ଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ, ସଂସଦରେ ଗର୍ଜିଲେ ସମ୍ବିତ ପାତ୍ର

ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ସଂସଦରେ ଗର୍ଜିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ସଂସଦ ଭବନରେ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ଼ ବକ୍ତବ୍ୟ ରଖିଛନ୍ତି। ବୀରଭୂମ ନିର୍ବାଚନ ମଣ୍ଡଳୀର ମାନ୍ୟବର ସାଂସଦ ଶତାବ୍ଦୀ ରାୟଙ୍କ ଦ୍ୱାରା ସଂସଦର ଶୂନ୍ୟକାଳରେ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସପକ୍ଷରେ ଦିଆଯାଇଥିବା ବୟାନକୁ କଡ଼ା ଭାଷାରେ ବିରୋଧ କରି ଡ. ପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଏହି ବୟାନ ତଥ୍ୟାତ୍ମକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭୁଲ ଏବଂ ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଆଘାତ ଦେଉଛି ।

Sambit Patra

ଡ. ସମ୍ବିତ ପାତ୍ର କହିଛନ୍ତି ଯେ, ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଏବଂ ଅନନ୍ତ କାଳରୁ ଓଡ଼ିଶା ଅଙ୍ଗ, ବଙ୍ଗ ଓ କଳିଙ୍ଗର ସାଂସ୍କୃତିକ ସମନ୍ୱୟରେ ଆଗକୁ ବଢ଼ିଚାଲିଛି । ବଙ୍ଗାଳୀ ଭାଷାଭାଷୀ ଲୋକମାନେ ଆମର ପ୍ରିୟ ବନ୍ଧୁ ଏବଂ ସେମାନଙ୍କର ଇଷ୍ଟଦେବତା ମଧ୍ୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଓଡ଼ିଶାରେ ସମସ୍ତ ଭାଷାଭାଷୀ ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନ ଅଛି ଏବଂ ସମସ୍ତଙ୍କ ପାଇଁ ସମ୍ମାନ ଅଛି । କିନ୍ତୁ ମାନ୍ୟବର ସାଂସଦ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ବାଂଲାଦେଶୀ କିମ୍ବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ । ଓଡ଼ିଶାରେ ଭାରତରେ ସମ୍ବିଧାନ ସର୍ବୋଚ୍ଚ ଏବଂ ଆଇନର ଶାସନ ଚାଲିଛି ।

ଡ. ସମ୍ବିତ ପାତ୍ର ଆହୁରି କହିଛନ୍ତି ଯେ ବୀରଭୂମର ମାନ୍ୟବର ସାଂସଦ ଶତାବ୍ଦୀ ରାୟ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ସଂସଦର ସଦସ୍ୟ ନ ଥିଲେ ମଧ୍ୟ ଯେଉଁ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଥିପାଇଁ ସେ ମାନନୀୟ ଲୋକସଭା ଅଧ୍ୟକ୍ଷଙ୍କ ସଂରକ୍ଷଣ ଦାବି କରିଛନ୍ତି । ମାନ୍ୟବର ସାଂସଦ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ 'ସବକା ସାଥ, ସବକା ବିଶ୍ୱାସ ଓ ସବକା ବିକାଶ, ସବକା ପ୍ରୟାସ'ର ମୂଳମନ୍ତ୍ରରେ ବିଶ୍ୱାସ କରନ୍ତି ଏବଂ ଓଡ଼ିଶା ସରକାର ସମସ୍ତ ବୈଧ ନାଗରିକଙ୍କ କଲ୍ୟାଣ ଓ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଡ. ସମ୍ବିତ ପାତ୍ର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ ବଙ୍ଗାଳୀ ଭାଇମାନେ ଆମର ଭାଇ, କିନ୍ତୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଓଡ଼ିଶାରେ କୌଣସି ସ୍ଥାନ ନାହିଁ ।

ଗତ କିଛି ଦିନ ହେବ ରାଜ୍ୟରେ ଜୋର ଧରିଛି ବାଂଲାଦେଶୀ ହଟାଅ ଅଭିଯାନ । ଜଗତସିଂହପୁର, ଭଦ୍ରକରେ ପୋଲିସର ଚଢ଼ାଉ ବାରମ୍ୱାର ଚଢ଼ାଉ ଜାରି ରହିଛି । ଏବେ ବାଂଲାଦେଶୀଙ୍କୁ ହଟାଇବା ପାଇଁ ଆକ୍ସନ ମୋଡ୍‌ରେ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+