ବିଶ୍ୱର କୌଣସି ଶକ୍ତି ନାହିଁ ଯାହା ଭାରତର ସଂସ୍କୃତିକୁ ନଷ୍ଟ କରି ଦେବ: ନ୍ୟାୟମୂର୍ତ୍ତି ଆଦର୍ଶ ଗୋଏଲ
ଭୁବନେଶ୍ୱର: ଭାରତ ବିକାଶ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ତରଫରୁ ଅକ୍ଷୟ ତୃତୀୟା ଅବସରରେ ନବ ନିର୍ବାଚିତ ରାଷ୍ଟ୍ରୀୟ ସଭାପତି ନ୍ୟାୟମୂର୍ତ୍ତି ଆଦର୍ଶ ଗୋଏଲଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ ମାସିକ ଇ- ପତ୍ରିକା ସଂପ୍ରୀତି ଉନ୍ମୋଚନ କରାଯାଇଛି ।
ଭାରତ ମାତା ଓ ସ୍ଵାମୀ ବିବେକାନନ୍ଦଙ୍କ ଫଟୋରେ ପପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ସମୂହ ବନ୍ଦେ ମାତରଂ ଗାନ ରେ ସଭା ଆରମ୍ଭ ହୋଇଥିଲା । ଭାରତ ବିକାଶ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ସତ୍ୟବାଦୀ ଦାସ ପ୍ରଥମେ ଅତିଥିଙ୍କ ପରିଚୟ କରିଥିଲେ । ତାହା ସହ ସେ ପରିଷଦର ପରିଚୟ ସଂକ୍ଷିପ୍ତରେ ରଖିଥିଲେ । ସେହିପରି ଓଡିଶା ପୂର୍ବ ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ମଞ୍ଚ ସଂଯୋଜନା କରିବା ସହ ୧୯୮୨ ରୁ ଆଜି ପର୍ଯ୍ୟନ୍ତ ଭାରତ ବିକାଶ ପରିଷଦ କଣ କରିଛି ସେ ବିଷୟରେ କହିଥିଲେ ।
ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରାରେ କିପରି ଲକ୍ଷାଧିକ ଭକ୍ତଙ୍କୁ ସେବା କରାଯାଇଛି ସେ ନେଇ କହିଥିଲେ । ସତ୍ୟବାଦୀ ଶାଖା ତରଫରୁ ଦୃଷ୍ଟି ବାଧକ ଦମ୍ପତ୍ତିଙ୍କୁ ଘରର ବ୍ୟବସ୍ଥା କରାଯିବା ସହ, ନିତ୍ୟ ବ୍ୟବହାର ବ୍ୟବସ୍ଥା କରାଯାଇଛି । ଧର୍ମ ସମସ୍ତଙ୍କୁ ଯୋଡ଼ିବାର ମାଧ୍ୟମ ବୋଲି କହିଥିଲେ ରାଷ୍ଟ୍ରୀୟ ସଭାପତି ନ୍ୟାୟମୂର୍ତ୍ତି ଆଦର୍ଶ ଗୋଏଲ । ଯେତେବେଳେ ସାରା ବିଶ୍ଵ ଏତେଟା ଆଗେଇ ନଥିଲା ଭାରତ ବିକଶିତ ଥିଲା । ସମାଜ ଓ ବ୍ୟକ୍ତିକୁ ସେ ପୁତ୍ର ଓ ମାତା ସହ ତୁଳନା କରିଥିଲେ ।
ବିଶ୍ବର କୌଣସି ଶକ୍ତି ନାହିଁ ଯାହା ଭାରତର ସଂସ୍କୃତିକୁ ନଷ୍ଟ କରି ଦେବ ବୋଲି ସେ କହିଛନ୍ତି । ଭାରତ ଇତିହାସର ଗୌରବ ଗାଥାକୁ ସେ ବିଭିନ୍ନ ଉଦାହରଣ ଦେଇ ପ୍ରତିପାଦିତ କରିଥିଲେ । ସନାତନ ଧର୍ମର ମହତ୍ତ୍ୱ କେମିତି ବିଶ୍ୱକୁ ପ୍ରଭାବିତ କରି ଥିଲା ସେ ନେଇ କହିଥିଲେ । ଋଷ ଓ ୟୁକ୍ରେନ ଯୁଦ୍ଧ ବିଷୟରେ ଉଦାହରଣ ଦେଇ କିପରି ବିଶ୍ଵ ଅଶାନ୍ତ ଅଛି ସେ ନେଇ କହିଥିଲେ ।

ଏହା ସହ ଭାରତ ବିକାଶ ପରିଷଦର କାମକୁ ଆହୁରି ଅଗ୍ରଗତି କରିବା ନେଇ କର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା କରିଥିଲେ । ତୃଣମୂଳ ସ୍ତରରେ କିପରି ସଙ୍ଗଠନ ପହଞ୍ଚିବ, ଆହୁରି ସଦୃଢ଼ ହେବ ନେଇ ନିଜ ମତ ରଖିଥିଲେ । ସମାଜର ଆବଶ୍ୟକତା ଅନୁସାରେ ଆମେ କଣ କରିବ ସେ ନେଇ ପ୍ରୟାସ ଜାରି ରହୁ ବୋଲି ସେ କହିଥିଲେ ।
କ୍ଷେତ୍ରୀୟ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥିଙ୍କ ପରିଚୟ ରଖିବା ସହ, ଭାରତ ବିକାଶ ପରିଷଦ ସମ୍ବନ୍ଧରେ କହିଥିଲେ । ସେହିପରି ପୂର୍ବ ପ୍ରାନ୍ତ ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବ ପ୍ରାନ୍ତ ଅର୍ଥ ସଚିବ ନରସିଂହ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବ ପ୍ର୍ରାନ୍ତ ସଂଯୁକ୍ତ ମହାସଚିବ ସୁଭାସିସ କର, ଗୀତା ପଟ୍ଟନାୟକ, ଅଶୋକ ମହାପାତ୍ର, ଲେଫ୍ଟନାଂଟ କର୍ନେଲ ନାରାୟଣ ମହାନ୍ତି, ଲକ୍ସମନ ମହାନ୍ତି, ସଚିଦା ନନ୍ଦ ପଣ୍ଡା,ଅଜୟ ଦାସ, ପ୍ରମୁଖ ଉପସ୍ଥିତ ଥିଲେ । କ୍ଷେତ୍ରୀୟ ମହିଳା ସହଭାଗିତା ସଚିବ ସୁପ୍ରିତି ରଥ, ପ୍ରାନ୍ତ ସଂଗଠନ ସଚିବ ରାମ ଚନ୍ଦ୍ର ଦଳାଇ, ନୃସିଂହ ନାଥ ନନ୍ଦ,ନିହାର ରଞ୍ଜନ ସ୍ୱାଇଁ,ସଂଯୁକ୍ତା ମିଶ୍ର,ବିଜୟ ନନ୍ଦିନୀ ଦୁବେ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ଓଡ଼ିଶା ପୂର୍ବ ପ୍ରାନ୍ତର ୨୨ ଶାଖାର ସଦସ୍ୟ-ସଦସ୍ୟା ମାନେ ଏଠାରେ ଉପସ୍ଥିତ ଥିଲେ । ପରିଶେଷରେ ସମୂହ ରାଷ୍ଟ୍ର ଗାନ ଗାନ କରି କାର୍ଯ୍ୟକ୍ରମର ସମାପନା କରାଯାଇଥିଲେ।












Click it and Unblock the Notifications