ରାଜ୍ୟରେ ନାହିଁ ବନ୍ୟା ସ୍ଥିତି କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ରାଜ୍ୟରେ ଜଳଭଣ୍ଡାର କ୍ଷମତା ଠିକ୍ ଅଛି; ଗତବର୍ଷ ଅପେକ୍ଷା ଭଲ ରହିଛି । ୫୦ରୁ ୭୫% କ୍ଷମତାରେ ୪ଟି ବୃହତ ଜଳ ଭଣ୍ଡାର, ୫୦% ତଳେ ୬ଟି ଜଳଭଣ୍ଡାର । ଜୁଲାଇ ୨୪ରେ ଲଘୁଚାପ ସୃଷ୍ଟି ହେବା ନେଇ IMD ଆକଳନ କରିଛି । ଲଘୁଚାପର ଗତି ଦେଖି ନିଷ୍ପତ୍ତି ନିଆଯିବ, ତଳିଆ ଅଞ୍ଚଳ ପାଣି କମୁଛି।

ଆଜି ପ୍ରବଳ ବର୍ଷା ପାଇଁ ୨ଜିଲ୍ଲା ମାଲକାନଗିରି ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କଟକ ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଭାଗ। ୨୪ରୁ ରାଜ୍ୟରେ ବର୍ଷା ବିସ୍ତୁତି ଏବଂ ପରିମାଣ ବଢିବ।












Click it and Unblock the Notifications