କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ- ସର୍ବୋଚ୍ଚ ଯନ୍ତ୍ରୀ
ମୁଣ୍ଡଳୀରେ ୪ ଲକ୍ଷ ୫୮ ହଜାର କ୍ୟୁସେକକୁ ଖସି ଆସିଛି ଜଳସ୍ତର। ସୂଚନା ଦେଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।

ଆଉଟ୍ ଫ୍ଲୋ ୬ ଲକ୍ଷ ୨୬ ହଜାରରୁ ୪ ଲକ୍ଷ ୫୮ ହଜାର କ୍ୟୁସେକକୁ ଖସିଛି'। 'ମୁଣ୍ଡଳୀ ପାଣି ଏବେ ପୁରୀ, ଜଗତସିଂହପୁର ତଳିଆ ଅଞ୍ଚଳରେ ପଶିବ' । 'ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ପ୍ରଭାବିତ ହେଉଛି ଜଳ ନିଷ୍କାସନ' ।'ଗତ ୨୪ ଘଣ୍ଟାରେ ମାତ୍ର ୬ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି' । ହୀରାକୁଦର ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ, ରେଙ୍ଗାଲିର ସବୁ ଗେଟ ବନ୍ଦ' । କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।












Click it and Unblock the Notifications