'ରାଜ୍ୟର କୌଣସି ନଦୀରେ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ନାହିଁ; ସବୁ ଅଧିକାରୀଙ୍କୁ ସଜାଗ ନିର୍ଦ୍ଦେଶ'

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ମୁଖ୍ୟ ଶାସନ ସଚିବ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ । ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି । ସେଠାରେ ୫୦୪ ଜଣଙ୍କୁ ଉଦ୍ଧାର କରି ୪ଟି ରିଲିଫ କ୍ୟାମ୍ପରେ ରଖାଯାଇଛି। ପ୍ରବଳ ବର୍ଷା ଯୋଗୁ ୮ଟି ସ୍ଥାନରେ ଗମନାଗମନ ପ୍ରଭାବିତ ହୋଇଛି ।

ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ୬ଟି ଓଡ୍ରାଫ ଟିମ୍ ମୁତୟନ ହୋଇଛନ୍ତି। ସେହିପରି କୋରାପୁଟ ଜିଲ୍ଲାର ୬ଟି ବ୍ଲକ୍ ଜୟପୁର, ବୈପାରୀଗୁଡ଼ା, କୁନ୍ଦ୍ରା, ବୋରିଗୁମ୍ମା, ସେମିଳିଗୁଡ଼ା ଓ କୋରାପୁଟର ୩୬ଟି ଗାଁ ଅଧିକ ପ୍ରଭାବିତ ହୋଇଛି।

ଓଡ୍ରାଫର ୨ଟି ଟିମ୍ କୋରାପୁଟ ଜିଲ୍ଲାରେ ମୁତୟନ ରହିଛନ୍ତି। ଅନ୍ୟ ଓଡ୍ରାଫ୍ ଟିମକୁ ବି ଦକ୍ଷିଣ ଓଡ଼ିଶାକୁ ପଠାଯାଇଛି। ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଧିକାରୀ IAS ବିଷ୍ଣୁପଦ ସେଠୀ ଓ IPS ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯାଇଛି।

no flood situation

ସେହିପରି ଗଞ୍ଜାମ, ପୁରୀ, କଟକ ଓ ନୟାଗଡ଼ ଜିଲ୍ଲାକୁ ୪ଟି NDRF ଟିମ୍ ପଠାଯାଇଛି। ଏପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନ୍ୟା ସ୍ଥିତି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା କରିଛନ୍ତିି। ସେପଟେ ରାଜ୍ୟର କୌଣସି ନଦୀରେ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ତେବେ ବର୍ଷା ପ୍ରଭାବରେ ମହାନଦୀ ଅବବାହିକାରେ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+